Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପରଲୋକରେ ସରୋଜ ପଟ୍ଟନାୟକ; ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ୮୧ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି- ୧୯୫୮-୫୯ ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା ।

 


15-JANUARY-2022


📌


BY: SRINIBASH ROUT

ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ହୃଦଘାତରେ ପରଲୋକ ହୋଇଯାଇଛି ।ଗୁରୁବାର ୧୪ ତାରିଖ ୮୧ ବର୍ଷ ବୟସରେ ହୃଦ୍‌ଘାତରେ ବାରିପଦା ବଡ଼ବଜାରର ସ୍ଥିତ ବାସଗୃହରେ ଦେହାନ୍ତ ହୋଇଯାଇଛି। ଶ୍ରୀ ପଟ୍ଟନାୟକ ଥିଲେ ଜଣେ ଉଚ୍ଚକୋଟିର ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର। ସେ ରାଜ୍ୟ ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ବାଲେଶ୍ୱରରୁ ଅବସର ଗ୍ରହଣ କରିଥିଲେ। ଚାକିରି ସହ ଦୀର୍ଘ ୪ ଦଶନ୍ଧି ଧରି ତାଙ୍କର ସଙ୍ଗୀତ ସାଧନା ଜାରି ରହିଥିଲା। ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ୍ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।ପିଲାଟି ବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ ।୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା। ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା ।ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ ।ଏଥିପରେ ତାଙ୍କ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରିଥିଲେ। ୧୯୫୮-୫୯ ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା ।ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ଵୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ ।ସେ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ I


ତାହା ହେଉଛି..


ଅଭିମାନ

ଫୁଲ ଚନ୍ଦନ

ଅଭିଳାଷ

ଝିଅଟି ସୀତା ପରି

ହାକିମ ବାବୁ

ମୋ ମନ ଖାଲି ତୋରି ପାଇଁ

ଏଇ ସଂଘର୍ଷ

ଏଥି ସହ ବହୁ କଳାତ୍ମକ ଚଳଚିତ୍ର ସହ ସେ ସମ୍ପୃକ୍ତ ଥିଲେ ।


ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି ।ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।





www. socialnewsodiaofficial.blogspot.com

Post a Comment

0 Comments