Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା; ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ପର୍ବ ଜୋରନ୍ଦା ମେଳା, ଏଥର ବି ଶ୍ରଦ୍ଧାଳୁଙ୍କୁ ମନା-କେବଳ ପରମ୍ପରା ରକ୍ଷା ପାଇଁ ସିମୀତ ଲୋକରେ ପୂଜାର୍ଚ୍ଚନା ହେବ।

 


30-JANUARY-2022


📌


BY: SRINIBASH ROUT

ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଶ୍ରଦ୍ଧାଳଙ୍କୁ ମନା। ଏ ନେଇ ଜିଲ୍ଲା ପ୍ରଶାସନ କଟକଣା ଜାରି କରିିଛନ୍ତି। ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ଧୁମ ଧାମରେ ତିନି ଦିନ ଧରି ପାଳିତ ହୁଏ । ଏହି ମେଳାରେ ସାରା ବିଶ୍ୱର ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ ।ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ତିନି ଦିନ ଧରି ପାଳିତ ହୋଇଥାଏ ।


ଏହି ମେଳାରେ ସାମିଲ ହେବା ପାଇଁ ସାରା ବିଶ୍ୱର ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଯୋରନ୍ଦାକୁ ହୋଇଥାଏ ।ମାତ୍ର ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଯୋଗୁଁ ମହିମା ସାଧୁ ମାନେ ନିରାଶ ହୋଇଛନ୍ତି। ଜୋରନ୍ଦା ମେଳା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ସଭପତିତ୍ୱରେ ଜୋରନ୍ଦା ମେଳା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ କଟକଣା ଜାରି କରାଯାଇଛି ।ନିଷ୍ପତ୍ତି ମୁତାବକ ଚଳିତ ବର୍ଷ କେବଳ ମହିମା ସାଧୁ ମାନଙ୍କୁ ନେଇ ନୀତିକାନ୍ତି ମଧ୍ୟରେ ମେଳା ସୀମିତ ରହିବ। ମେଳା ସମୟରେ ସାଧାରଣ ଲୋକଙ୍କ ସମାଗମ ମହିମା ଗାଦିକୁ ମନା ହୋଇଛି ।ଫଳରେ ମହିମା ସାଧୁ ମାନେ କେବଳ ମେଳା ପାଳିବେ ବୋଲି ନିଷ୍ପତି ହୋଇଛି।କୋଭିଡ୍‌ କଟକଣା ଭିତିରେ ଏହି ଉତ୍ସବ ପାଳନ କରାଯିବ। ସମ୍ପୂର୍ଣ୍ଣ ରୀତିନୀତିରେ ମାଘମେଳା ହେବ। ଫେବୃୟାରୀ ୧୫,୧୬ ଓ ୧୭ ତାରିଖ ୩ ଦିନ ଧରି ମାଘମେଳା ହେବ । ଜିଲ୍ଲା ପ୍ରଶାସନ ମାଘମେଳା ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ।ଏହି କମିଟି ଯୋରନ୍ଦା ମାଘମେଳା ପରିଚାଳନା ଦାୟିତ୍ୱ ନେବ ।


ଅନ୍ୟ ପକ୍ଷରେ ଏବର୍ଷ ବି ହେବ ନାହିଁ ଖଣ୍ଡଗିରି ମେଳା। ଖଣ୍ଡଗିରି ମେଳା ଓ ଯାତ୍ରା ପାଇଁ ଚଳିତ ଥର ମଧ୍ୟ ମିଳିଲାନି ଅନୁମତି। କରୋନା ପାଇଁ ଲାଗିଛି କଟକଣା। ଫଳରେ ଦ୍ବିତୀୟ ବର୍ଷ ପାଇଁ ଖଣ୍ଡଗିରି ମେଳା ସହ ଯାତ୍ରା ପରିବେଷଣ ବନ୍ଦ୍ ରହିବ ।ତେବେ ଯାତ୍ରା ପରିବେଷଣ ପାଇଁ ଯାତ୍ରା ଦଳ, କଳାକାର କମିଟି ସମସ୍ତେ ନିରାଶ ହୋଇଛନ୍ତି ।ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ପ୍ରଶାସନ ଠାରୁ ଅନୁମତି ଲୋଡିଥିଲେ। କମିଟି ମାନେ ପ୍ରଥମେ ଭୁବନେଶ୍ବର ଡିସିପି ଏବଂ ପରେ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ ।ତେବେ ଶେଷରେ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି ।


କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟଙ୍କ ପକ୍ଷରୁ ଅନୁମତି ଦିଆ ଯାଇନାହିଁ ।ଚଳିତ ବର୍ଷ ଯାତ୍ରା ବନ୍ଦ୍ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।





www. socialnewsodiaofficial.blogspot.com

Post a Comment

0 Comments