Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନିଯୁକ୍ତି ପାଇବେ ଜଣେ ଲେଖାଏଁ ଡିଇଓ; ରାଜ୍ୟ ପଞ୍ଚମ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପଞ୍ଚାୟତ ସ୍ତରର ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯିବ ସେଥିପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତି ପାଇବେ ଜଣେ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) !

 


10-JANUARY-2022


📌


BY: SRINIBASH ROUT

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତି ପାଇବେ ଜଣେ ଲେଖାଏଁ ଡିଇଓ ।ସମସ୍ତ ଡିଇଓଙ୍କୁ ପ୍ରାଥମିକ ସ୍ତରରେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ।ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିୟମିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରିବେ ରାଜ୍ୟ ସରକାର। ଏ ନେଇ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ରାଜ୍ୟ ପ୍ରମୁଖ ମହାଲେଖାକାରଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ହଜାର ୧୪୨ଟି ଡିଇଓ ପଦବୀ ସୃଷ୍ଟି କରାଯାଇଛି ।ସମ୍ପୃକ୍ତ ଡିଇଓମାନେ ବିତ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ରାଜ୍ୟ ସରକାରଙ୍କ ଓଆରଏସପି ନିୟମ-୨୦୧୭ ଅନୁଯାୟୀ ସେମାନଙ୍କୁ ଦରମା ପ୍ରଦାନ କରାଯିବ ।ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିସାରିଥିବା ବେଳେ ଏମାନଙ୍କୁ ଗ୍ରୁପ୍-ସି ଓ ଗ୍ରୁପ୍-ଡିରେ ନିଯୁକ୍ତି ଦିଆଯିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ।ରାଜ୍ୟର ୬୭୯୮ ପଞ୍ଚାୟତ, ୩୧୪ ବ୍ଲକ ଓ ସମସ୍ତ ଜିଲ୍ଲାମାନଙ୍କରେ ଜଣେ ଲେଖାଏଁ ଡିଇଓଙ୍କୁ ନିଯୁକ୍ତି ମିଳିବ ।ତେବେ ମୋଟ ୭୧୪୨ଟି ଡିଇଓ ପଦବୀ ପୂରଣ ହେବା ପରେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକ ଗତିଶୀଳ ହୋଇପାରିବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।





www. socialnewsodiaofficial.blogspot.com

Post a Comment

0 Comments