18-JANUARY-2022
📌
BY: SRINIBASH ROUT
ପଞ୍ଜାବରେ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମୋଟ ୧୧୭ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ନିର୍ବାଚନ କରାଯିବାକୁ ନୂଆ ତାରିଖ ଘୋଷଣା ହୋଇଛି। ପୂର୍ବରୁ ଫେବ୍ରୁଆରି ୧୪ ତାରିଖରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଫେବ୍ରୁଆରି ୧୬ ତାରିଖରେ ଗୁରୁ ରବିଦାସ ଜୟନ୍ତୀ ପଡ଼ୁଥିବାରୁ ନିର୍ବାଚନ ଘୁଞ୍ଚାଇବା ବାବଦରେ ବିଭିନ୍ନ ରାଜ୍ୟନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ ।ଶେଷରେ କେନ୍ଦ୍ର ନିର୍ବାଚନ ଆୟୋଗ ରାଜନୈତିକ ଦଳର ଅନୁରୋଧକୁ ସ୍ୱୀକାର କରି ଏହି ନିଷ୍ପତ୍ତି ନେଇଛନ୍ତି ।
ଦୁଇ ଦିନ ପୂର୍ବରୁ ପଞ୍ଜାମ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ନିର୍ବାଚନ ତାରିଖ ଆଗକୁ ଘୁଞ୍ଚାଇବାକୁ ନିବେଦନ କହିଥିଲେ। ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ଉତ୍ତର ପ୍ରଦେଶର ବାରାଣାସୀ ସ୍ଥିତ ତାଙ୍କ ଜନ୍ମସ୍ଥାନ କୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯାଇଥାନ୍ତି। ୧୪ ତାରିଖ ନିର୍ବାଚନ ହେଲେ ୧୬ ତାରିଖ ପୂର୍ବରୁ ଶ୍ରଦ୍ଧାଳୁମାନେ ସେଠାରେ ପହଞ୍ଚି ପାରିବେ ନାହିଁ ତେଣୁ ନିର୍ବାଚନ ତାରିଖକୁ ଆଉ ୬ ଦିନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଚନ୍ନୀ ଚିଠିରେ ଉଲ୍ଲେଖ କରିଥିଲେ।
www. socialnewsodiaofficial.blogspot.com
0 Comments