19-JANUARY-2022
📌
BY: SRINIBASH ROUT
ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଛି ।୧୦ ଜଣ ବିଚାରପତି କରୋନା ପଜିିଟିଭ୍ ଚିହ୍ନଟ ।ଏହା ଯୋଗୁଁ ଦୈନଦିନ କାମ ବାଧାପ୍ରାପ୍ତ ହେଉଥିବା ବେଳେ ପୂରା ଘଟଣା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରମଣା ତିକ୍ଷଣ୍ ନଜର ରଖିଥିବା କୁହାଯାଇଛି। ସୁପ୍ରିମକୋର୍ଟର ୩୨ ବିଚାରପତିଙ୍କ ମଧ୍ୟରୁ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଛନ୍ତି। ଦୁଇ ଜଣ ଜଷ୍ଟିସ୍ କେ. ଏମ୍. ଜୋସେଫ୍ ଓ ଜଷ୍ଟିସ ପି.ଏସ୍. ନରସିଂହା ସୁସ୍ଥ ହୋଇ କାର୍ୟ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି ।ଏକ ୫ ଜଣିଆ ଡାକ୍ତରୀ ଟିମ୍ ସୁପ୍ରିମକୋର୍ଟ ବିଚାରପତି ଓ କର୍ମଚାରୀଙ୍କ ଚିକିତ୍ସା ନିମନ୍ତେ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ଏବେ ଆଇସୋଲେସନରେ ଥିବା ବେଳେ ଚିକିତ୍ସା କରୁଥିବା ଟିମ୍ ଉପରେ ଚାପ ପଡ଼ୁଥିବା ଜଣାଯାଇଛି। ସେହିପରି ସୁପ୍ରିମକୋର୍ଟର ପାଖାପାଖି ୪୦୦ରୁ ଅଧିକ କର୍ମଚାରୀ ବି କରୋନା ସଂକ୍ରମିତ ହୋଇଛନ୍ତି ।ଏବେ ପ୍ରତିଦିନ ସୁପ୍ରିମକୋର୍ଟରେ କୋଭିଡ୍ ଟେଷ୍ଟ ହେଉଛି ।୩୦ ପ୍ରତିଶତ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
www. socialnewsodiaofficial.blogspot.com
0 Comments