Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କେରଳ ନନ୍‌ ଦୁଷ୍କର୍ମ ମାମଲା; ୨୦୧୪ ମସିହାରେ କେରଳରେ ହୋଇଥିବା ବହୁ ଚର୍ଚ୍ଚିତ ନନ ରେପ୍‌ କେସ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ ନିର୍ଦ୍ଦୋଷରେ ଖଲାସ- ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ ଭାରତର ପ୍ରଥମ କ୍ୟାଥୋଲିକ ବିଶପ ଯାହାଙ୍କୁ ଜଣେ ନନଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା।

 


16-JANUARY-2022


📌


BY: SRINIBASH ROUT

ନିର୍ଦ୍ଦୋଷରେ ଖଲାସ ହେଲେ ୨୦୧୪ ମସିହାରେ କେରଳରେ ହୋଇଥିବା ବହୁ ଚର୍ଚ୍ଚିତ ନନ ରେପ୍‌ କେସ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ। କୋଟ୍ଟାୟମ ଆଡିସନାଲ ସେଶନ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦେଷରେ ଖଲାସ କରାଯାଇଛି। ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଶପ୍‌ ଫ୍ରାଙ୍କୋ କୋର୍ଟଙ୍କ  ରାୟ ପରେ ଖୁବ୍‌ ଖୁସି ବ୍ୟକ୍ତି କରିଛନ୍ତି। ଏପରିକି ରାୟ ପ୍ରକାଶ ପାଇବା ସମୟରେ ସେ କୋର୍ଟରେ ଉପସ୍ଥିତ ଥିବା ବେଳେ  କୋର୍ଟରୁ ବାହାରି ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ନନ୍‌ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ୨୦୧୪ ମସିହା ମେ ୫ ତାରିଖରେ ବିଶପ୍‌ ଫ୍ରାଙ୍କୋ କୁରଭିଲାଙ୍ଗ କନଭେଣ୍ଟ ପରିଦର୍ଶନରେ ଆସିଥିଲେ। ସେଠାରେ ନିଜ ରାତ୍ର ରହଣି ସମୟରେ ସେ  ନିଜ ରୁମ୍‌କୁ ଡାକି ତାଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ବିଶପ ଜଣକ ତାଙ୍କୁ ୧୬ ଥର ଦୁଷ୍କର୍ମ କରିଥିବା ନନ୍‌ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ନନ୍‌ଜଣକ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।ଏପରିକି ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ୨୦୧୮ ମସିହାରେ ସମ୍ପୃକ୍ତ ବିଶପଙ୍କୁ ଗିରଫ କରାଯାଇଥିଲା। ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ୨୦୧୯ ନଭେମ୍ବର ମାସରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା। ମାମଲାର ରାୟ ପ୍ରକାଶ ପାଇବା ପରେ ବିଶପ କୋର୍ଟରୁ ବାହାରି ଚାଲିଯାଇଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧୀ ପଚାରିବାରୁ ହାତ ଯୋଡ଼ି ଭଗବାନଙ୍କୁ ଧନ୍ୟବାଦ ଜଣାଇ ପଳାଇଥିଲେ।


ପ୍ରାୟ ୩ ବର୍ଷ ପୂର୍ବରୁ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ସେତେବେଳେ ୮୩ ଜଣଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ଲାପଟପ୍, ମୋବାଇଲ୍ ସମେତ ୩୦ ସାମଗ୍ରୀ ଜବତ ହୋଇଥିଲା।


ମାତ୍ର ନନ୍‌ଙ୍କ ସମସ୍ତ ଅଭିଯୋଗକୁ ବିଶପ୍‌ ମୁଲ୍ଲକଲ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ଏପରିକି ଉକ୍ତ ରାତିରେ କୁରଭିଲାଙ୍ଗ କନଭେଣ୍ଟରେ ରହିବା ଖବର କୁ ମଧ୍ୟ ସେ ମିଥ୍ୟା ବୋଲି କହିଥିଲେ। ଏପରିକି ସେ ଉକ୍ତ କନଭେଣ୍ଟ ପରିଦର୍ଶନ କରିବାକୁ ଯାଇଥିବା ବେଳେ ରାତିରେ ଅନ୍ୟ ଏକ କନଭେଣ୍ଟରେ ରହିଥିବା କହିଥିଲେ। ଏହାପଛର କାରଣ କହିବାକୁ ଯାଇ ବିଶପ କହିଥିଲେ, ସମ୍ପୃକ୍ତ ନନ୍‌ଙ୍କର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଥିବା ବେଳେ ଏନେଇ ମହିଳା ଜଣକ ଅଭିଯୋଗ କରିଥିଲେ। ଫଳରେ ଏହାର ଆଭ୍ୟନ୍ତରିଣ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ନନ୍‌ଜଣକ ଆକ୍ରୋଶ ମୂଳକ ଭାବେ ତାଙ୍କୁ ଏପରି ମିଥ୍ୟା ଫସାଇଥିବା ସେ ନିଜ ସଫେଇରେ କହିଥିଲେ।





www. socialnewsodiaofficial.blogspot.com

Post a Comment

0 Comments