21-JANUARY-2022
📌
BY: SRINIBASH ROUT
ଲିଭିଯିବ ୫୦ ବର୍ଷ ଧରି ଇଣ୍ଡିଆ ଗେଟ୍ରେ ଜଳୁଥିବା ଅମର ଯବାନ ଜ୍ୟୋତି ।ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତି କୁ ଆଜିଠାରୁ ଅର୍ଥାତ୍ ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ ତାରିଖଠାରୁ ଲିଭାଇ ଦିଆଯିବ। ତେବେ ଏହାକୁ ନିକଟରେ ଥିବା ଜାତୀୟ ଯୁଦ୍ଧ ସ୍ମୃତି ଜ୍ୟୋତି ସହିତ ମିଶାଇ ଦିଆଯିବ। ୧୯୭୨ରେ ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ ଜ୍ୟୋତିର ସ୍ଥାପନା କରାଯାଇଥିଲା। ୧୯୭୧ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ବଳିଦାନ ଦେଇଥିବା ସୈନିକଙ୍କ ସ୍ମୃତିରେ ଏହି ଜ୍ୟୋତିକୁ ପ୍ରଜ୍ଜ୍ଵଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁଆରୀ ୧୯୭୨ରେ ଅମର ଯବାନ ଜ୍ୟୋତିର ଶୁଭାରମ୍ଭ କରିଥିଲେ। ସେହିଦିନ ଠାରୁ ଏହି ଜ୍ୟୋତି ଅନବରତ ଭାବେ ପ୍ରଜ୍ଜ୍ଵଳିତ ହେଉଛି। ୨୦୧୯ ଫେବୃଆରୀ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକର ଉଦ୍ଘାଟନ କରିଥିଲେ। ମାତ୍ର ୪୦୦ ମିଟର ଦୂରରେ ଦୁଇଟି ଜ୍ୟୋତି ପ୍ରଜ୍ଜ୍ଵଳିତ ହେଉଥିବାରୁ ଗୋଟିଏ କୁ ବନ୍ଦ୍ କରିଦେବା ଲାଗି ସେନା ବାହିନୀ ନିଷ୍ପତ୍ତି ନେଇଛି। ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ଏୟାର ମାର୍ଶଲ ବଳଭଦ୍ର ରାଧା କୃଷ୍ଣ ।ତାଙ୍କ ଦ୍ୱାରା ଅମର ଯବାନ ଜ୍ୟାତିକୁ ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ ।ଏଣିକି ଶହୀଦ ମାନଙ୍କୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟରେ ଶ୍ରଦ୍ଧାଞ୍ଜଳୀ ଓ ପୁଷ୍ପାଞ୍ଜଳି ଦିଆଯିବ।
www. socialnewsodiaofficial.blogspot.com
0 Comments