21-JANUARY-2022


📌


BY: SRINIBASH ROUT

ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସର ଲାଠିମାଡ଼ ଘଟଣାରେ ଓଡ଼ିଶା ହାଇକୋର୍ଟରେ ଦୁଇଟି ମାମଲା ଦାୟର କରାଯାଇଥିଲା ।ଗୋଟିଏ ମାମଲାର ଶୁଣାଣି କରିବା ସହିତ କୋର୍ଟ ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।ଏହା ସହିତ ମାମଲାର ଷ୍ଟାଟସ୍ ରିପୋର୍ଟ୍ ଦାଖଲ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।ଢିଙ୍କିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ କୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ନିର୍ଦ୍ଦେଶ ଦେଇଛନ୍ତି ।ଗ୍ରାଉଣ୍ଡ ଜିରୋରେ କ'ଣ ଘଟୁଛି ଏହାର ପୁଙ୍ଖାନୁପୁଙ୍ଖ ରିପୋର୍ଟ୍ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


ସୂଚନାଯୋଗ୍ୟ, ଢ଼ିଙ୍କିଆରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି। ଏହି କ୍ରମରେ ଗତ ୧୪ତାରିଖରେ ଢ଼ିଙ୍କିଆରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ପାନବରଜକୁ ଯିବାବେଳେ ସେଠାରେ ଉପସ୍ଥିତ ପୋଲିସ ଓ ସୁରକ୍ଷା ସେମାନଙ୍କ ଉପରେ ଲାଠିମାଡ଼ କରିଥିଲେ ।



www. socialnewsodiaofficial.blogspot.com