05-JANUARY-2022
📌
BY: SRINIBASH ROUT
ଅର୍ଥଲୋଭୀ ଓ ଅପରାଧୀ ଶ୍ରେଣୀୟ ଲୋକେ ଏବେ ବାଘ ଶୀକାର କରିବାରେ ଲାଗିଛନ୍ତି । ଏହି କ୍ରମରେ କଟକ ଜିଲ୍ଲା ଆଠଗଡ ଜଙ୍ଗଲରେ ଫାସରେ ପଡି ଗୋଟିଏ ବାଘ ମୃତ୍ୟୁ ଘଟିଛି। ଏହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି ।ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ କେହି ଜଣେ ଶିକାରୀ ବାରହା, ହରିଣଙ୍କ ଶିକାର କରିବା ପାଇଁ ଜାଲ ବିଛାଇଥିଲା ।ହେଲେ ଉକ୍ତ ଜାଲରେ ଏକ କଲରପତରିଆ ବାଘ ପଡି ଯାଇଥିଲା ।ବହୁ ଚେଷ୍ଟା ପରେ ବି ବାଘଟି ସେଥିରୁ ମୁକୁଳି ନ ପାରି ଶେଷରେ ଜୀବନ ହାରିଛି ।ଏହା ଜଣାପଡ଼ିବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘଟି ର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।ଫାସ କିଏ ବସାଇଥିଲା ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।ଦୁଇ ବର୍ଷ ତଳେ ମଧ୍ୟ ସମାନ ଜାଗାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାହାକୁ ଲୁଚାଇ ବାଘକୁ ପୋଡି ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ବନ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଏପରି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି ।ବନ କର୍ମଚାରୀ ପାଟ୍ରୋଲିଂକୁ କଡ଼ାକଡ଼ି କରୁ ନ ଥିବାରୁ ବନ୍ୟଜନ୍ତୁ ଏପରି ଶିକାରୀଙ୍କ ଫାଶରେ ପଡୁଥିବା ଅଭିଯୋଗ ହେଉଛି ।ଅପରପକ୍ଷେ, ରେଞ୍ଜରଙ୍କ ସମେତ ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
www. socialnewsodiaofficial.blogspot.com
0 Comments