06-JANUARY-2022
📌
BY: SRINIBASH ROUT
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ।ଏ ସଂକ୍ରାନ୍ତରେ ଦିଲ୍ଲୀପ ରାୟ କହିଛନ୍ତି, କୋଭିଡ୍-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଲି ଏବଂ ତାହା ପଜିଟିଭ୍ ଆସିଛି ।ଡାକ୍ତରଙ୍କ ପରମର୍ଶରେ ମୁଁ ଏବେ ଆଇସୋଲେସନରେ ଅଛି। ମୋର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଏହା ବିଶେଷ ଚିନ୍ତାର ବିଷୟ ନୁହେଁ ।କିନ୍ତୁ, ମୁଁ ଅନୁରୋଧ କରିବାକୁ ଚାହେଁ କେହି ଏ ଭୂତାଣୁ ସଂକ୍ରମଣକୁ ଖାମଖିଆଲି ଭାବେ ଗ୍ରହଣ କରନ୍ତୁ ନାହିଁ ।ମହାମାରୀ ସଂକ୍ରମଣର ପ୍ରାରମ୍ଭିକ ସମୟରୁ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସମେତ ଅନ୍ୟାନ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ପଦକ୍ଷେପ, ଅଦା-ରସୁଣ ପାଣି ପିଇବା ଭଳି ଅନେକ ସତର୍କତାମୂଳକ ପଦକ୍ଷେପ ନେଇଥିଲି ।କିନ୍ତୁ, ସମୟ କ୍ରମେ ମୁଁ ଏହି ଭୂତାଣୁ ଜନିତ ବିପଦ ପ୍ରତି ବେପରୁଆ ହୋଇଗଲି ।ସମ୍ଭବତଃ ମତେ ତାହାର ପ୍ରତିଫଳ ଭୋଗିବାକୁ ପଡ଼ିଛି ।ତେଣୁ, ସମସ୍ତଙ୍କୁ ମୋର ସବିନୟ ଅନୁରୋଧ, ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇର ଏହି ସଙ୍କଟଜନକ ପରିସ୍ଥିତିରେ କେହି ସତର୍କତା ମୂଳକ ପଦକ୍ଷେପ ପରିହାର ନ କରନ୍ତୁ ।ବର୍ତ୍ତମାନ କରୋନାର ତୃତୀୟ ଲହରରେ ଆମେ ପହଞ୍ଚି ସାରିଥିବା ବେଳେ ଗାଇଡ୍ ଲାଇନ୍ କୁ ମାନିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀପ ରାୟ ।
www. socialnewsodiaofficial.blogspot.com
0 Comments