Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବେଆଇନ୍ ଲିଙ୍ଗ ନିରୂପଣ ମାମଲା; ବେଆଇନ୍ ଲିଙ୍ଗ ନିରୂପଣ ମାମଲାରେ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ -ଗିରଫ ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ହୃଷିକେଶ ସାହୁ ଓ ସନ୍ତୋଷ ଲେଙ୍କା ।

 



20-JANUARY-2022


📌


BY: SRINIBASH ROUT

ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ବେଆଇନ୍ ହୋଇଥିଲେ ହେଁ କଟକ ମଙ୍ଗଳାବାଗ ର ଏକ ଲ୍ୟାବରେ ଏହି ବେଆଇନ୍ କାର୍ଯ୍ୟ ଚାଲିଥିଲା। ଖବର ପାଇ ପୋଲିସ ଚଢ଼ାଉ କରିବା ପରେ ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।ଭ୍ରୁଣର ଲିଙ୍ଗ ନିରୁପଣ ପାଇଁ ମହିଳାଙ୍କୁ କଟକ କାଠଗୋଲା ସାହିରେ ଥିବା ଆଲଫା ଡାଇଗ୍ନୋଷ୍ଟିକ୍ ଲ୍ୟାବକୁ ପଠାଯାଉଥିଲା ।ଏହି ଘଟଣାରେ କଟକ ଟାଙ୍ଗୀ ଅଞ୍ଚଳର ସନ୍ତୋଷ ଲେଙ୍କା ଓରଫ ପିଣ୍ଟୁ ଏବଂ ଯାଜପୁର ରାମଚନ୍ଦ୍ରପୁର ଅଞ୍ଚଳର ହୃଷୀକେଶ ସାହୁ ଓରଫ ଟୁଟୁକୁ ଗିରଫ କରିଛି ପୋଲିସ ।ଏହି ଲ୍ୟାବ ମାଲିକ ୫ ହଜାର ଟଙ୍କା ନେଇ ଲିଙ୍ଗ ନିରୁପଣ ଚଳାଇ ଥିବା ଅଭିଯୋଗ ହୋଇଥିଲା। ଏନେଇ ଲ୍ୟାବ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି। ଲିଙ୍ଗ ନିରୂପଣ ଯନ୍ତ୍ରାଂଶ ପୋଲିସ ଜବତ କରିଛି। ଲ୍ୟାବ୍‌କୁ ରୋଗୀ ଯୋଗାଇ ଦେଲେ ଜଣଙ୍କ ପିଛା ମିଳୁଥିଲା ଦେଢ଼ ହଜାର ଟଙ୍କା ।ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି । ଏନେଇ ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।ତେବେ ଏହି ରାକେଟରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ କହିଛନ୍ତି ।ଗତ ଜାନୁଆରୀ ୧୭ ତାରିଖରେ କଟକ ମଙ୍ଗଳାବାଗରେ ଥିବା ଆଲଫା ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ କରିଥିଲା ପୋଲିସ ।ଚଢ଼ାଉ ବେଳେ ସେଠାରେ ବେଆଇନ୍ ଭାବେ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ କରାଯାଉଥିବା ଜଣା ପଡ଼ିଥିଲା ।ଲ୍ୟାବରୁ ଗିରଫ ହୋଇଥିବା ନକଲି ଡାକ୍ତର ତଥା ମାଲିକ ପ୍ରସନ୍ନ କୁମାର ସାହୁ ଏବଂ ମେଡ଼ିସିନ୍ ଦୋକାନ କରିଥିବା ପିଣ୍ଟୁ ଏବଂ ଟୁଟୁ ଦୁହେଁ ପରିଚିତ ।ମେଡିସିନ ଦୋକାନକୁ ଯେଉଁ ଗର୍ଭବତୀ ଆସିଥାନ୍ତି, ସେମାନଙ୍କୁ ଆଲଫା ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ପଠାଯାଇଥାଏ ।




www. socialnewsodiaofficial.blogspot.com

Post a Comment

0 Comments