Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୫ ଦିନ ବନ୍ଦ୍ ରହିବ ଓଡ଼ିଶା ହାଇକୋର୍ଟ; ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ୫ ଦିନ ବନ୍ଦ୍ ରଖିବାକୁ ନିଷ୍ପତ୍ତି ।



14 JANUARY-2022


📌


BY: SRINIBASH ROUT

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ଶଟ୍‌ଡାଉନ୍‌ କରାଯାଇଛି। ଗୁରୁବାର ଅର୍ଥାତ୍‌ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ୍ ରହିବ। ୧୮ରୁ ହାଇକୋର୍ଟ ପୁଣି ଥରେ ଚାଲୁ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଜାନୁଆରି ୧୮ରୁ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ସୀମିତ ଖଣ୍ଡପୀଠ ରେ ମାମଲା ଶୁଣାଣି କରାଯିବ। ଏହି ଅବଧିରେ ବେଳେ ଦୁଇଟି ଦୁଇ ଜଣିଆ ଖଣ୍ଡପୀଠ ଓ ସାତଟି ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲା ଗୁଡ଼ିକର ଶୁଣାଣି ହେବ। ଯେଉଁ ମାମଲା ଗୁଡିକ ନିର୍ଦ୍ଦିଷ୍ଟ ଭାବେ ଜାନୁଆରି ୧୮ରୁ ଫେବ୍ରୁଆରି ୪ ଭିତରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା, ସେ ଗଡିକ ଫେବ୍ରୁଆରି ୭ ତାରିଖରୁ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ। ଏହି ସମୟ ସୀମା ମଧ୍ୟରେ ରୁଟିନ୍ କାର୍ଯ୍ୟଗୁଡ଼ିକ ମଧ୍ୟ ବନ୍ଦ୍ ରହିପାରେ। ଏହାସହ ଗୁରୁବାର ୧୩ ତାରିଖ ବସିବାକୁ ଥିବା ପୂର୍ଣ୍ଣ କୋର୍ଟ ୧୮ ତାରିଖ ଦିନ ୨ଟା ବେଳେ ଭର୍ଚୁଆଲ୍ ମୋଡରେ ବସିବ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜାରି ସମସ୍ତ ଗାଇଡ୍ ଲାଇନ୍ କୁ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଖଣ୍ଡପୀଠ ରେ ଜାନୁଆରି ୧୩ ଓ ୧୭ ତାରିଖରେ ମାମଲା ଶୁଣାଣି ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ବାତିଲ କରାଯାଇଛି।







www. socialnewsodiaofficial.blogspot.com

Post a Comment

0 Comments