03-JANUARY-2021
📌
BY: SRINIBASH ROUT
କଟକ ଜଗତପୁର ଥାନା ଚମ୍ପତିଠାରେ ମା’ ତାରିଣୀ ନାମକ ଏକ ଘରୋଇ କନଷ୍ଟ୍ରକଶନ କମ୍ପାନୀ ଅପମିଶ୍ରଣ ଓ ନକଲି ସିମେଣ୍ଟ ବିକ୍ରି ଅଭିଯୋଗ ପରେ ପୋଲିସ ଚଢାଉ କରି ସିଲ୍ କରିଛି। ଜବତ ହୋଇଛି ବସ୍ତା ବସ୍ତା ସିମେଣ୍ଟ। ବିିଭିନ୍ନ ନାମିଦାମି ମାର୍କାର ବସ୍ତା ଆଣି ପୁନଃପ୍ୟାକିଂ କରି ବିକ୍ରି କରୁଥିଲେ। ମୁଣ୍ଡା ହୋଇ ନଷ୍ଟ ଯାଇଥିବା ସିମେଣ୍ଟକୁ ଗୁଣ୍ଡ କରି ପୁଣି ପ୍ୟାକିଂ କରୁଥିଲେ। ଚଢାଉ ପରେ କାରଖାନାକୁ ସିଲ୍ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ନିମ୍ନମାନର ଭେଜାଲ ସିମେଣ୍ଟ ଏଠାରୁ ବିକ୍ରି ପାଇଁ ପଠାଯାଇଥାଏ। ଏହି କାରଖାନାରୁ ଠିକାଦାର ମାନଙ୍କୁ ସିମେଣ୍ଟ ଚାଲାଣ କରାଯାଉଥିବା ବେଳେ କେତେକ ଅସାଧୁ ଇଂଜିନିୟର ଙ୍କ ହାତ ଥିବା କୁହାଯାଉଛି।
www. socialnewsodiaofficial.blogspot.com
0 Comments