06-JANUARY-2022
📌
BY: SRINIBASH ROUT
ଧରା ପଡ଼ିଲା ବାଘ ଛାଲ ବେପାର ।୨ ଅଭିଯୁକ୍ତ ଗିରଫ ୨ କଲରାପତରିଆ ବାଘ ଛାଲ ଜବତ ।ଅଭିଯୁକ୍ତ ୨ ଜଣ ହେଲେ ଏସଟିଏଫ୍ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡ଼ାର ଗୋରା ବିନ୍ଧାଣୀ ।ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି ।ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ଚାଲିଥିଲା ବାଘ ଛାଲ ଡିଲ୍। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମିଳିତ ଚଢ଼ାଉ କରିଥିଲେ ଏସଟିଏଫ୍ ଓ ବନ ବିଭାଗ ଟିମ୍ ।ବାଘ ଛାଲ କାହାକୁ ବିକ୍ରି କରି ଥାଆନ୍ତେ ? କେଉଁଆଡ଼େ ଚାଲିଣ କରନ୍ତି ବାଘ ଛାଲ ? ଆଗରୁ କେବେଠାରୁ ଏହି କାମ କରୁଛନ୍ତି ? ଏମିତି କେତୋଟି ବାଘ ଛାଲ ବିକ୍ରି କରିଛନ୍ତି ? ସେମାନଙ୍କୁ ଗିରଫ କରି ଅଧିକ ପଚରାଉଚରା କରିଛି ଏସଟିଏଫ୍ ।କଲରାପତରିଆ ଛାଲକୁ ଅଧିକ ତଦନ୍ତ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।
ସୂଚନା ଅନୁଯାୟୀ, ୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ।ଏଯାବତ୍ ୨୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧୨ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି ।ମୋଟ୍ ୫୪ ଜଣ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଛନ୍ତି ।
www. socialnewsodiaofficial.blogspot.com
0 Comments