12 JANUARY-2022
📌
BY: SRINIBASH ROUT
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ।ନିର୍ବାଚନ ତାରିଖ ଘୋଷଣା କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।ଖବରଦାତା ସମ୍ମିଳନୀ କରି କମିଶନର ଆଦିତ୍ୟ ପ୍ରସାଦ ପାଢୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ।ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି ।ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ଭୋଟ ଗଣତି ହେବ ।ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ୍ ରାଲି ପାଇଁ ଅନୁମତି ନାହିଁ ।ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରିପାରିବେ ।ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି ।ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟାଫର୍ମରେ ପଚାର କରିବେ ପ୍ରାର୍ଥୀ ।ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ ।ଆସନ୍ତା ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ ।ପରେ ଫେବୃଆରୀ ୧୮ରେ ୨ୟ ପର୍ଯ୍ୟାୟ , ଫେବୃଆରୀ ୨୦ରେ ୩ୟ ପର୍ଯ୍ୟାୟ, ଫେବୃଆରୀ ୨୨ରେ ୪ର୍ଥ ପର୍ଯ୍ୟାୟ, ଫେବୃଆରୀ ୨୪ରେ ୫ମ ପର୍ଯ୍ୟାୟ ରେ ହେବ ମତଦାନ ।ଚଳିତ ବର୍ଷ ରାଜ୍ୟରେ ମୋଟ୍ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।ଏହା ସହ ଆଜିଠାରୁ ଅର୍ଥାତ୍ ସୋମବାର ୧୧ ତାରିଖ ଠାରୁ ଆଚରଣ ବିଧି ଲାଗୁ ହୋଇଛି ।କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ଼୍ ଲାଇନ୍ ପ୍ରସ୍ତୁତ କରାଯାଇଛି।
www. socialnewsodiaofficial.blogspot.com
0 Comments