Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ; ସ୍ୱାଭିମାନ ଅଞ୍ଚଳରେ ସରକାରୀ ସୁବିଧା ଅଭାବରୁ ବଞ୍ଚିତ ଲୋକଙ୍କୁ ମୌଳିକ ସୁବିଧା ଦେବା ଲକ୍ଷ୍ୟରେ ବିଏସ୍‌ଏଫ ପକ୍ଷରୁ ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂହ ।

 


26-JANUARY-2022


📌


BY: SRINIBASH ROUT

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ହୋଇଛି ଶୁଭାରମ୍ଭ ।୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂହ ଗୁରୁପ୍ରିୟା ସେତୁ ନିକଟରେ ଏହାକୁ ଉଦଘାଟନ କରିଛନ୍ତି। ଚଳିତ ମାସ ୩୦ ତାରିଖରୁ ବାଲିମେଳା ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ ଏହି ସେବା ଲାଗୁ କରାଯିବ। ଏହାଫଳରେ ୩୫ଟି ଗାଁର ପ୍ରାୟ ୧୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାଯାଇଛି। ସପ୍ତାହରେ ସାତ ଦିନ ଏହି ବୋଟ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ସେବା ପାଇଁ ଯୋଗାଯୋଗ ନମ୍ବର ବୋଟ ଆମ୍ବୁଲାନ୍ସରେ ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି। ଏଣେ ସେବା ବିଷୟରେ ଅବଗତ କରିବାକୁ ବିଏସଏଫ ଅଧିକାରୀଙ୍କ ଟେଲିଫୋନ୍ ନମ୍ବର ମଧ୍ୟ ଗ୍ରାମବାସୀଙ୍କୁ ଦିଆଯିବ। ଏହି ବୋଟ ଆମ୍ବୁଲାନ୍ସରେ ଡ୍ରପ୍ ସିଷ୍ଟମ୍, ଔଷଧ ଏବଂ ପାରାମେଡିକାଲ୍ କର୍ମଚାରୀ ମାନେ ରହିବେ। 




www. socialnewsodiaofficial.blogspot.com

Post a Comment

0 Comments