22-JANUARY-2022
📌
BY: SRINIBASH ROUT
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବଗୌଡାଙ୍କୁ କୋରୋନା ଭଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ ଏବଂ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ ।ପଜିଟିଭ୍ ଚିହ୍ନଟ ପରେ ସେ ସଙ୍ଗରୋଧରେ ଅଛନ୍ତି ।ଗତବର୍ଷ ମାର୍ଚ୍ଚ ମାସରେ ବି ଦେବଗୌଡ଼ା କରୋନା ସଂକ୍ରମିତ ହୋଇଥିଲେ ।ସେ ଓ ତାଙ୍କ ପତ୍ନୀ ଚେନ୍ନାମା କରୋନା ସଂକ୍ରମିତ ହୋଇଥିଲେ ।କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମଧ୍ୟ ଦେବଗୌଡା ସଂକ୍ରମିତ ଥିବା ନେଇ ସୁନିଶ୍ଚିତ କରିଛନ୍ତି ଏବଂ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ପ୍ରକାଶଥାଉ କି, ଦେବଗୌଡା ଭାରତର ଦ୍ବାଦଶ ପ୍ରଧାନମନ୍ତ୍ରୀ ଭାବେ ୧୯୯୬ ମସିହା ଜୁନରୁ ୧୯୯୭ ଏପ୍ରିଲ ଯାଏଁ ଦାୟିତ୍ବ ତୁଳାଇଥିଲେ ।ଏହା ପୂର୍ବରୁ ସେ କର୍ଣ୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ରୂପେ ୧୯୯୪ ରୁ ୧୯୯୬ ଯାଏଁ କାର୍ଯ୍ୟ କରିଥିଲେ ।ବର୍ତ୍ତମାନ୍ ସେ ରାଜ୍ୟସଭା ସାଂସଦ ଅଛନ୍ତି ।
www. socialnewsodiaofficial.blogspot.com
0 Comments