16-JANUARY-2022
📌
BY: SRINIBASH ROUT
କୋଭିଡ୍ ଲକ୍ଷଣ ନ ଥିଲେ ପରୀକ୍ଷା କରନ୍ତୁ ନାହିଁ ।ଅନାବଶ୍ୟକ ମେଡିସିନ୍ ବ୍ୟବହାର ମଧ୍ୟ କରନ୍ତୁ ନାହିଁ ।ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାୟୋଟିକ୍ ର ଆବଶ୍ୟକ ନାହିଁ ।ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସୁଦ୍ଧା ଲକ୍ଷଣ ନାହିଁ ତ ଟେଷ୍ଟିଂ କରାନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁସାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏଭଳି ପ୍ରତିକ୍ରୀୟା ରଖିଛନ୍ତି ।ଏହାସହ ଅନ୍ୟ ଜିଲ୍ଲାଗୁଡ଼ିକର ସ୍ୱାସ୍ଥ୍ୟ ବିଭାଗକୁ ଏହି ବାବଦରେ ଅବଗତ କରାଯାଇଛି ବୋଲି ସେ କହିଛନ୍ତି ।ଗାଇଡ୍ ଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ ।ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
www. socialnewsodiaofficial.blogspot.com
0 Comments