Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କୁଖ୍ୟାତ ମୋବାଇଲ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ; ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ଲୋକଙ୍କ ଠାରୁ ମୋବାଇଲ୍ ଛିନତାଇ କରୁଥିଲେ, ଏହି ଗ୍ୟାଙ୍ଗ କୁ ଧରିଛି କମିଶନରେଟ୍ ପୋଲିସ-୩୮ ଚୋରି ମୋବାଇଲ୍ ଜବତ, ୬ଗିରଫ ।

 


28-JANUARY-2022


📌


BY: SRINIBASH ROUT

କଟକ ଜିଲ୍ଲା ଚୌଦ୍ବାରରୁ ଗିରଫ ହେଲେ କୁଖ୍ୟାତ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ ।ଚୌଦ୍ୱାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୮ଟି ଚୋରି ଦାମି ମୋବାଇଲ ଫୋନ୍ ଓ ୨ଟି ବାଇକ୍ ଜବତ କରିବା ସହିତ ୬ଜଣ କୁଖ୍ୟାତ ମୋବାଇଲ୍ ଚୋରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ।ଏହି ଗ୍ୟାଙ୍ଗର ମୁଖ୍ୟ ହେମନ୍ତ ଡୋରା ହୋଇଥିବାବେଳେ ଗ୍ୟାଙ୍ଗ କୁ ସକ୍ରିୟ ଭାବେ ଚଳାଉଥିଲେ ହେମନ୍ତ ।


ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ଛତିଆ ଥାନା ଏକଡାଳିଆ ଗ୍ରାମର କେଦାର ପ୍ରଧାନ(୨୯) ଓ ଭଞ୍ଜନ ଭୋଳ(୩୫), କଟକ ଗୋପାଳପୁରର ବିଜେନ୍ଦ୍ର ଜୈସ୍ୱାଲ(୨୨), ହରିପୁର ସାଆନ୍ତ ସାହିର ଦିଲ୍ଲିପ ମାଝୀ(୨୦), ବାଦାମବାଡ଼ି ବିସିନାବରର ଶରତ ସେଠୀ(୨୮) ଓ ଚୌଦ୍ୱାର ୧୨ନମ୍ବର ୱାର୍ଡ଼ ଓଟିଏମ୍ କଲୋନୀର ହେମନ୍ତ ଦୋରା(୨୩) । ଆଇଆଇସି ବିରଞ୍ଚି ନାରାୟଣ ପତି ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଚୌଦ୍ୱାର ଅଞ୍ଚଳରେ ଚୋରି ମୋବାଇଲ୍ ବିକ୍ରି ପାଇଁ କିଛି ଯୁବକ ଆସିଥିବା ବିଶେଷ ସୁତ୍ରରୁ ଖବର ପାଇ ଏଏସ୍.ଆଇ ନିରଞ୍ଜନ ଗୌଡ଼ ଏବଂ ସି.ଏସ୍ ନନ୍ଦ ସଦଳବଳେ ପୃଥକ୍ ଭାବେ ଦୁଇଟି ସ୍ଥାନରେ ଚଢ଼ଉ କରିଥିଲେ ।ଗାନ୍ଧୀ ଛକଠାରେ କେଦାର ଓ ଭଞ୍ଜନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୨ଟି ନାମି ଦାମି କମ୍ପାନୀର ମୋବାଇଲ୍ ଓ ଗୋଟିଏ ମଟର ସାଇକେଲ ଜବତ କରିଥିଲେ ।ସେହିପରି ଓଟିଏମ୍ କଲୋନୀ ବ୍ୟାଘ୍ରବାହିନୀ ପଡ଼ିଆରେ ଚଢ଼ଉ କରାଯାଇ ୨୬ଟି ମୋବାଇଲ୍ ଓ ଗୋଟିଏ ସ୍କୁଟି ଜବତ କରାଯିବା ସହିତ ବାକି ୪ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ ।


ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ହେମନ୍ତଙ୍କ ନାଁରେ କଟକର ବିଭିନ୍ନ ଥାନାରେ ରହିଛି ୧୫ରୁ ଊର୍ଦ୍ଧ୍ବ ମାମଲା। ସେହିପରି ବାବୁ ବିହାରୀ ନାଁରେ ମଧ୍ୟ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି।




www. socialnewsodiaofficial.blogspot.com

Post a Comment

0 Comments