27-JANUARY-2022


📌


BY: SRINIBASH ROUT

ଝାଡଖଣ୍ଡର ଗିରିଡିହ ନିକଟବର୍ତ୍ତୀ ଦିଲ୍ଲୀ-ହାୱଡା ରେଲୱେ ଟ୍ରାକ୍ ଉଡାଇଦେଲେ ନକ୍ସଲପନ୍ଥୀ। ସୂଚନା ମିଳିବା ପରେ ହାଓଡା-ଗୟା-ଦିଲ୍ଲୀ ରେଳଲାଇନ୍‌ରେ ଟ୍ରେନ୍‌ ଚଳାଚଳ ଅଟକାଇ ଦିଆଯାଇଛି। ଝାଡ଼ଖଣ୍ଡର ଗିରିଡୀହ ଜିଲାରେ ଏହି ବିସ୍ଫୋରଣ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ଏହି ମାର୍ଗରେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକୁ ନିୟନ୍ତ୍ରିତ କରିଦିଆଯାଇଛି। କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ପୂର୍ବ-ମଧ୍ୟ ରେଳପଥର ସିପିଆରଓ ରାଜେଶ କୁମାର କହିଛନ୍ତି, ପେଟ୍ରୋଲମ୍ୟାନ୍‌ ଗୌରବ ରାଜ ଓ ରୋହିତ କୁମାର ସିଂହ ଚିଚାକୀ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ ଯେ, ରାତି ୧୨ଟା ୩୪ ମିନିଟରେ କରମାବାଦ-ଚିଚାକୀ ଷ୍ଟେସନ ମଧ୍ୟରେ କରମାବାଦ ନିକଟରେ ବିସ୍ଫୋରଣ ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ରେଳଲାଇନ୍‌ର କୌଣସି କ୍ଷତି ହୋଇନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ହାଓଡା-ଦିଲ୍ଲୀ ରେଳଲାଇନ୍‌ର ଗୋମୋ-ଗୟା (ଜିସି) ରେଳ ଡ଼ିଭିଜନ୍ ଦେଇ ଯାତାୟତ କରିବାକୁ ଥିବା ଟ୍ରେନ୍‌ ଗୁଡ଼ିକର ପରିଚାଳନା ଅଟକାଇ ଦିଆଯାଇଛି। ଧନବାଦ-ଡେହରୀ ଅନ୍‌ ସୋନ ଏକ୍ସପ୍ରେସ୍‌ ବାତିଲ କରି ଦିଆଯାଇଥିବା ବେଳେ ୭ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ସେହିପରି ୩ଟି ଟ୍ରେନ୍‌କୁ ନିୟନ୍ତ୍ରିତ କରି ଦିଆଯାଇଛି। କୁହାଯାଉଛି ଏହି ବିସ୍ଫୋରଣ ପଛରେ ନକ୍ସଲ ମାନଙ୍କ ହାତ ରହିଛି।


(ଘଟଣା ସ୍ଥଳରେ ରେଳ ଲାଇନରେ ବିସ୍ଫୋରଣ ଘଟାଇବା ପରେ ନକ୍ସଲମାନେ ଧମକପୂର୍ଣ୍ଣ ପୋଷ୍ଟର ମାରିଛନ୍ତି)




www. socialnewsodiaofficial.blogspot.com