14 JANUARY-2022
📌
BY: SRINIBASH ROUT
ରାଜ୍ୟରେ ଓମିକ୍ରନ’ ଓ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ କଟକଣା ଜାରି କରାଯାଇଛି। ସାଧାରଣତନ୍ତ୍ର ଦିବସ ପ୍ରାୟତଃ ନିରାଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯିବ। ସକାଳ ସାଢ଼େ ୮ଟା ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ଏନେଇ ଗୃହ ବିଭାଗ ଉପସଚିବ ନୃସିଂହ ପ୍ରସାଦ ରାୟଗୁରୁ ଦର୍ଶାଇଛନ୍ତି ଯେ ସାଧାରଣତନ୍ତ୍ର ଦିବସ ଚଳିତ ବର୍ଷ କଟକଣା ଭିତରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ସକାଳ ସାଢ଼େ ୮ଟା ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ସାଧାରଣ ଲୋକଙ୍କୁ ସମାରୋହକୁ ବାରଣ କରାଯାଇଛି। କେବଳ କିଛି ନିର୍ଦିଷ୍ଟ ଅତିଥି ଉତ୍ସବରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ। ଏହାବାଦ୍ ପୁରସ୍କୃତ ହେବାକୁ ଥିବା କରୋନା ଯୋଦ୍ଧା(ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ପରିମଳ କର୍ମୀ) ପ୍ରମୁଖ ଉତ୍ସବକୁ ଯାଇପାରିବେ। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ଇତ୍ୟାଦିକୁ ଗୁରୁତ୍ବ ଦେବାକୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡା କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନକୁ ବିଶୋଧନ କରିବା, ପ୍ରବେଶ ସ୍ଥାନରେ ବିଶୋଧନ ସାମଗ୍ରୀ ରଖିବାକୁ ନିର୍ଦେଶନାମାରେ ଶ୍ରୀ ରାୟଗୁରୁ ଦର୍ଶାଇଛନ୍ତି। ପ୍ରତିବର୍ଷ ପରି ରାଜଧାନୀ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଏହି ଉତ୍ସବ ଅନୁଷ୍ଠିତ ହେବ ।ଖୁବ୍ ସଂକ୍ଷିପ୍ତ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍ରେ ଅଭିବାଦନ ଗ୍ରହଣ କରିବେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।ସାଧାରଣତନ୍ତ୍ର ଦିବସ ପ୍ରଭାତରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିକ୍ରମା, ରାଜଭବନରୁ ଏଜି ଛକ ଏବଂ ମହାତ୍ମା ଗାନ୍ଧୀ ମାର୍ଗର ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ଜାତୀୟ ପତାକା ରେ ସାଜସଜ୍ଜା କରାଯିବ ।
ସାମାଜିକ ଗଣମାଧ୍ୟମ, କମନ୍ଫିଡ଼୍, ଟିଭି ଫଟୋ ଓ ସମ୍ବାଦ ପ୍ରକାଶନ ଏବଂ ଗଣମାଧ୍ୟମକୁ ସମ୍ବାଦ ପ୍ରେରଣ ବ୍ୟବସ୍ଥା କରାଯିବ ।ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ବିଧାନସଭା ସୌଧ ଆଦି ରାଜ୍ୟସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକରେ ଆଲୋକସଜ୍ଜା କରାଯିବ ।ମହାନଗର ନିଗମର ପ୍ରମୁଖ ସ୍ଥାନଗୁଡ଼ିକରେ ଭିଡ଼ିଓ ଓ୍ୱାଲ୍ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ ।
www. socialnewsodiaofficial.blogspot.com
0 Comments