04-JANUARY-2021
📌
BY: SRINIBASH ROUT
ରାଜଧାନୀ ଦିଲ୍ଲୀରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ ବା କର୍ଫ୍ୟୁ ।ଆସନ୍ତା ଶୁକ୍ରବାରରୁ ଲାଗୁ ହେବ ଏହି କଟକଣା ।ଶୁକ୍ରବାର ୦୭ ତାରିଖ ରାତି ୧୦ଟାରୁ ସୋମବାର ଭୋର ଯାଏ ଲାଗୁ ହେବ କର୍ଫ୍ୟୁ। ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି ।କଟକଣା ମୁତାବକ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବେସରକାରୀ ଅଫିସ ।ବାକି ୫୦% କର୍ମଚାରୀ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କେବଳ ଜରୁରୀ ସେବାରେ କାମ କରୁଥିବା ଲୋକମାନଙ୍କୁ ଏଥିରେ ଛାଡ ଦିଆଯିବ ।କରୋନା ଯୋଗୁଁ ଦିଲ୍ଲୀ ଏମ୍ସରେ ଶୀତ ଋତୁରେ ଥିବା ଛୁଟିକୁ ବାତିଲ କରାଯାଇଛି ।ଏମ୍ସର ସମସ୍ତ କର୍ମଚାରୀ ଖୁବଶୀଘ୍ର ନିଜ ଡ୍ୟୁଟିରେ ଫେରିବାକୁ ନିର୍ଦ୍ଦେଶ ନିଆଯାଇଛି ।ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସ୍ କନଫରେନ୍ସ କରି ଏହି ସୂଚନା ଦେଇଛନ୍ତି ।ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବା ଯୋଗୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।ଖୋଦ୍ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ କରୋନାର ଶିକାର ହୋଇଛନ୍ତି ।
www. socialnewsodiaofficial.blogspot.com
0 Comments