25-JANUARY-2022
📌
BY: SRINIBASH ROUT
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ମଙ୍ଗଳବାର ଅର୍ଥାତ୍ ୨୫ ତାରିଖ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।ବିଜେପିରେ ଯୋଗ ଦେବା ପରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।ବିଳମ୍ବରେ ହେଉ ପରେ ଶେଷରେ ଠିକଣା ଯାଗାରେ ପଂହଚିଲି ବୋଲି ସିଂ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଦୂରଦର୍ଶୀ ନେତା ଭାବେ ବର୍ଣ୍ଣନା କରିଛନ୍ତି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସରେ ଜାତୀୟ ମୁଖପାତ୍ର ତଥା ଦଳର ଝାଡ଼ଖଣ୍ଡ ପ୍ରଭାରୀ ଦାୟିତ୍ୱରେ ଥିଲେ। କେନ୍ଦ୍ରରେ ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିଏ ସରକାରରେ ଆରପିଏନ୍ ସିଂ ଗୃହ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ ୨୦୦୯-୨୦୧୪ ଯାଏଁ ଉତ୍ତର ପ୍ରଦେଶର କୁଶୀନଗର ଲୋକସଭା ଆସନରୁ ସାଂସଦ ଥିଲେ। ଏହା ପୂର୍ବରୁ ସେ ଅନେକ ବର୍ଷ ଧରି ପଡରୌନା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କୁ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା |
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜର ଇସ୍ତଫା ପତ୍ର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି -ଆରପିଏନ ସିଂ ।ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ସେ କହିଛନ୍ତି ଦେଶ, ଲୋକଙ୍କ ତଥା ଦଳର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ (ସୋନିଆ) ଧନ୍ୟବାଦ ଦେଉଛି। ସେ ଆହୁରି କହିଛନ୍ତି ଯେ ଆଜି ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବାରୁ ମୁଁ ମୋର ରାଜନୈତିକ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛି। ଜୟ ହିନ୍ଦ। ”
www. socialnewsodiaofficial.blogspot.com
0 Comments