26-JANUARY-2022


📌


BY: SRINIBASH ROUT

ଦିଲ୍ଲୀ ରାଜପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜାତୀୟ ଯୁଦ୍ଧ ସ୍ମାରକୀ ରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜମ୍ମୁ-କାଶ୍ମୀରର ପୋଲିସର ସହିଦ ଏଏସଆଇ ବାବୁରାମଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନ ଦିଆଯାଇଛି ।ସହିଦ ବାବୁରାମ ଙ୍କ ପତ୍ନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସାଧାରଣତନ୍ତ୍ରର ଦିବସରେ ଆୟୋଜିତ ଏହି ଭବ୍ୟ ପରେଡକୁ ପୂରା ବିଶ୍ୱ ଦେଖୁଛି ।ଏହାସହ ପରେଡରେ ବିଭିନ୍ନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିବାରୁ ପୂରା ବିଶ୍ୱ ଭାରତୀୟ ସଂସ୍କୃତିର ଝଲକ ମଧ୍ୟ ଦେଖୁଛି ।କରୋନା ମହାମାରୀ ପାଇଁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କଟକଣା ଭିତରେ ପାଳନ ହେଉଛି। କରୋନା ମହାମାରୀ କୁ ଆଖିରେ ରଖି ପରେଡ ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।ଏଥର ୫ ହଜାରୁ ୮ ହଜାର ଲୋକଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଛି ।

ଏଥର ନୂଆ କ’ଣ ?


– ଦେଶର ୪୮୦ କଳାକାରଙ୍କ ନୃତ୍ୟ ପ୍ରଦର୍ଶନ

– ଦର୍ଶକ ଗ୍ୟାଲେରିରେ ଟିକାର ୨ଟି ଡୋଜ୍ ନେଇଥିବା ବ୍ୟକ୍ତି 

– ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ନାହିଁ ଅନୁମତି

– କୁହୁଡ଼ି ଯୋଗୁଁ ସାଢେ ୧୦ଟାରେ ଆରମ୍ଭ ହେଲା ପରେଡ୍

– ପରେଡରେ ସ୍ଥଳସେନାର ୬ଟି କଂଟିଜେଂଟ ସାମିଲ୍

– ନୌସେନାର ୯୬ ଯବାନ ଓ ୪ ଅଧିକାରୀ ସାମିଲ୍

– ବାୟୁସେନାର ୪ଟି କଂଟିଜେଂଟ ଓ ୯୬ ଯବାନ ସାମିଲ୍

– କରୋନା ଯୋଗୁଁ ଏଥର ନାହାନ୍ତି ବିଦେଶୀ ଅତିଥି

– ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ

– ‘ମାଇଁ ଗଭ’ରେ ପଞ୍ଜିକରଣ କରି ଦେଖିହେବ ପରେଡ୍ ଲାଇଭ

– ଅନଲାଇନ୍ ଦର୍ଶକ ଶ୍ରେଷ୍ଠ ପରେଡ୍ ଦଳ ପାଇଁ କରିବେ ଭୋଟିଂ

– ଜାତୀୟ ଯୁଦ୍ଧ ସ୍ମାରକୀ ରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

– ‘ସହିଦୋଁ କେ ଶତ ଶତ ନମନ୍’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

– ୨୯ ଜାନୁଆରୀ ବିଜୟ ଚୌକରେ ହେବ ବିଟିଂ ଦି ରିଟ୍ରିଟ୍

– ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେବ ସ୍ୱଦେଶୀ ଡ୍ରୋନ୍ ଶୋ



www. socialnewsodiaofficial.blogspot.com