Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଗୋଷ୍ଠୀ ସଂକ୍ରମଣ ସମ୍ଭାବନା; ସତର୍କ ନରହିଲେ ଓଡ଼ିଶାରେ ମଧ୍ୟ ବ୍ୟାପିବ ଓମିକ୍ରନ୍ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା-ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା ଅଧିକ ଚେତାଇଲା ସ୍ୱାସ୍ଥ୍ୟ ବିଭାଗ ।

 


24-JANUARY-2022


📌


BY: SRINIBASH ROUT

ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ପରେ ଚେତାଇଲା ସ୍ୱାସ୍ଥ୍ୟ ବିଭାଗ ।ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା ।ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର ।ମିଶ୍ର କହିଛନ୍ତି, ବର୍ତ୍ତମାନ ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇଥିଲେ ମଧ୍ୟ ଆମ ରାଜ୍ୟରେ ହୋଇନାହିଁ ।କିନ୍ତୁ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ ।ସେ ଆହୁରି କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ଜାଣିବାକୁ ହେଲେ କିଛି ଦିନ ଅପେକ୍ଷା କରିବାକୁ ହେବ ।କିଛି ଦିନ ତଲେ ଜେନମ ସିକ୍ୱେନସିଂରେ ସଂକ୍ରମଣ ୬୦ ପ୍ରତିଶତ ଥିଲା ।ଏବେ ନିଶ୍ଚୟ ବଢିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।ଗୋଟିଏ ପଟେ ବାହାର ଦେଶରୁ ଲୋକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲାଗିଛି, କିନ୍ତୁ ରୋଗୀଙ୍କ ସଂଖ୍ୟା ବଢୁଛି । ଅର୍ଥାତ୍ ଗୋଷ୍ଠୀ ସଂକ୍ରମଣ ହୋଇଛି ।ଏପରି ସ୍ଥିତି ବିଦେଶରେ ଦେଖାଯାଇଛି ।ଗତ ସପ୍ତାହରେ ଭାରତରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇଛି ।କିନ୍ତୁ ରାଜ୍ୟରେ ସଂକ୍ରମଣ କମ୍ ରହିଛି ଓ ମେଡ଼ିକାଲରେ ଆଡମିଟ ହାର ୨୦ ପତ୍ରିଶତ ରହିଛି ।ଗୋଷ୍ଠୀ ସଂକ୍ରମଣ କୁ ଏଡାଇବାକୁ ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି ।ନ ହେଲେ ଘରେ ସମସ୍ତେ ସଂକ୍ରମିତ ହେବେ ।ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ, ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ।ଅନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନ ଥାଇ ବହୁ ପଜିଟିଭ ହେଲେ ଗୋଷ୍ଠୀ ସଂକ୍ରମଣ କୁହାଯିବ ।




www. socialnewsodiaofficial.blogspot.com

Post a Comment

0 Comments