Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ; ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ଏନେଇ ରାଜ୍ୟରେ ଅବାଧ ନିଶା କାରବାର ରୋକିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ- ମୁଖ୍ୟ ଶାଶନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଗଠନ କରାଯାଇଛି ।

 


18-JANUARY-2022


📌


BY: SRINIBASH ROUT

ନିଶା କାରବାର ରୋକିବାକୁ ପୂର୍ବତନ ଡିଜିପି ଅଭୟଙ୍କ ନେତୃତ୍ୱରେ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ ।ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି ।ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ ।ଏନେଇ ଗୃହ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି ।ଜାତୀୟ ନାର୍କୋଟିକ୍ସ ଓ ଡ୍ରଗ୍ ନୀତି ଆଧାରରରେ ଟାସ୍କ ଫୋର୍ସ ଓଡ଼ିଶା ପାଇଁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବ ।ଗତ କିଛି ଦିନ ଭିତରେ ଡ୍ରଗ୍ସ ସେବନର ହାର ବୃଦ୍ଧି ପାଇବାରେ ଲାଗିଛି ।ଏହି ଡ୍ରଗ୍ସ ସେବନକୁ ନିପାତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ଓଡିଶା ପୋଲିସ ମଧ୍ୟ ଡଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ । 


( ବେଆଇନ ଡ୍ରଗ୍ସ ଚାଲାଣକୁ ରୋକିବା ପାଇଁ ଟାକ୍ସ ଫୋର୍ସ ଏକାଧିକ ସବ-କମିଟି ମଧ୍ୟ ଗଠନ କରିପାରିବେ )




www. socialnewsodiaofficial.blogspot.com

Post a Comment

0 Comments