05-JANUARY-2022
📌
BY: SRINIBASH ROUT
ବିଗତ କିଛି ଦିନ ମଧ୍ୟରେ ବହୁ ସେଲିବ୍ରେଟି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବର୍ତ୍ତମାନ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ସୋନୁ ନିଗମ ।ସୋନୁ ନିଗମଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସୋନୁ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ମଧୁରିମା, ପୁଅ ନିଭାନ୍ ଏବଂ ଭଉଣୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଲୋକମାନଙ୍କୁ କହିଛନ୍ତି ଯେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ଆବଶ୍ୟକ ରହିଛି। ସୋନୁ ତାଙ୍କ ପରିବାର ସହ ସଙ୍ଗରୋଧରେ ଅଛନ୍ତି। ସୋନୁ ନିଗମ ଏବେ ଦୁବାଇରେ ରହୁଛନ୍ତି। ସେ ଆହୁରି କହିଛନ୍ତି କି ମୋତେ ଭୁବନେଶ୍ୱରରେ ଏକ କନସର୍ଟ କରିବାର ଥିଲା ଏବଂ ସୁପର ସିଙ୍ଗର ସିଜିନ୍-୩ର ଶୁଟିଂ ପାଇଁ ଭାରତ ଯିବାର ଥିଲା ।ଏଥି ପାଇଁ ମୁଁ କରୋନା ଟେଷ୍ଟ କରିଥିଲି ଏବଂ ମୋ ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି କହିଛନ୍ତି ସୋନୁ ନିଗମ ।ମୁଁ କୋଭିଡ ପଜିଟିଭ୍ ହୋଇଛି କିନ୍ତୁ ଏଥିରେ ମରୁନାହିଁ ବୋଲି କହିଛନ୍ତି ସୋନୁ ।
www. socialnewsodiaofficial.blogspot.com
0 Comments