Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା; ଚଳିତ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ନିର୍ବାଚନ ଅଧିକାରୀ- ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା ।

 


18-JANUARY-2022


📌


BY: SRINIBASH ROUT

ପଞ୍ଚାୟତ ନିର୍ବାଚନ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ୧୮ ତାରିଖ ନିର୍ବାଚନ ଆୟୋଗ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ରହିଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଯାଇଛି ।ନିର୍ବାଚନ ଡ଼୍ୟୁଟିରେ ମୃତ୍ୟୁ ହେଲେ ଏଣିକି ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି ।ସେହିପରି ହିଂସାକାଣ୍ଡ, ବିସ୍ଫୋରଣ ବା ଆତଙ୍କବାଦୀ ଆକ୍ରମଣଜନିତ ମୃତ୍ୟୁରେ ମିଳିବ କ୍ଷତିପୂରଣ ।ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ମଧ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କା ମିଳିବ ।ଆକ୍ରମଣରେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ମଧ୍ୟ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା ।ସେହିପରି ଦୁର୍ଘଟଣାରେ ବିକଳାଙ୍ଗ ହେଲେ ମିଳିବ ୭ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମିଳିବ ।ଦୁର୍ଘଟଣାରେ ଗୁରୁତର ଆହତ ହେଲେ ସର୍ବାଧିକ ୨ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ ।ଏଥିସହ ନିର୍ବାଚନ ଡ୍ୟୁଟି ସମୟରେ କୋଭିଡ୍-୧୯ରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ ।ସେହିପରି ଡ୍ୟୁଟିରେ ଯଦି କୋଭିଡ୍-୧୯ରେ ସଂକ୍ରମିତ ହେବେ ତେବେ ମାଗଣାରେ ଚିକିତ୍ସା କରାଯିବ ।







www. socialnewsodiaofficial.blogspot.com

Post a Comment

0 Comments