08-JANUARY-2022
📌
BY: SRINIBASH ROUT
ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ସହାୟିକା ମାନେ ୬୨ ବର୍ଷ ବୟସରେ ସେବା ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ସରକାର ଏହାକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ୨୦ ହଜାର ଟଙ୍କା ଦିଆଯାଉଥିଲା। ଏବେ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ଅଙ୍ଗନଓ୍ବାଡ଼ି ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ନୂତନ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛି ।ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯ଶହ ୯୧ ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି ଓ ସହାୟିକା ଉପକୃତ ହେବେ ।ସେହିଭଳି ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଅଙ୍ଗନଓ୍ବାଡ଼ି ସହାୟିକା ମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
www. socialnewsodiaofficial.blogspot.com
0 Comments