Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି; ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି କରାଯିବା ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି, ସରକାରୀ ଚାକିରି ପାଇଁ ପୂର୍ବରୁ ବୟସ ସୀମା ୩୨ ବର୍ଷ ରହିଥିଲା,ବର୍ତ୍ତମାନ ଏହାକୁ ବୃଦ୍ଧି କରି ୩୮ ବର୍ଷ କରାଯାଇଛି।

 




14-JANUARY-2022


📌


BY: SRINIBASH ROUT

ସରକାରୀ ଚାକିରି ଆବେଦନ ପାଇଁ ବଢିଲା ବୟସ ସୀମା। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶା ସରକାରଙ୍କ ଚାକିରୀରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ଥିଲା ୩୨ ବର୍ଷ ।ତାକୁ ରାଜ୍ୟ କ୍ୟାବିନେଟ୍‌ (Odisha cabinet) ୩୮ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ଦେଇଛନ୍ତି ।ଆସନ୍ତା ତିନି ବର୍ଷ ପାଇଁ – ୨୦୨୧, ୨୦୨୨ ଏବଂ ୨୦୨୩ ରେ – ଯେଉଁ ନିଯୁକ୍ତି ସବୁ ହେବାର ଅଛି ସେଥି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ କୋହଳ କରାଯାଇଛି ,ବୋଲି କହିଛନ୍ତି ସୁରେଶ କୁମାର ମହାପାତ୍ର ।ଏଥିସହିତ ସୂଚନା ଥାଉ କି,ଏସ୍‌.ସି.-ଏସ୍‌.ଟି. ଓ ଏସ୍‌.ସି.ବି.ସି.ମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ଆଉ ପାଞ୍ଚ ବର୍ଷ ବଢ଼ାଇ ୪୩ ବର୍ଷ କରାଯାଇଛି ।ମହିଳା ବର୍ଗ ପାଇଁ ମଧ୍ୟ ଆଉ ପାଞ୍ଚ ବର୍ଷ ବଢ଼ାଇ ୪୩ ବର୍ଷ କରାଯାଇଛି ବୋଲି କହିଛନ୍ତି ସୁରେଶ କୁମାର ମହାପାତ୍ର ।


ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏହି କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀ ମାନଙ୍କୁ ଅଧିକ ୧୦ ବର୍ଷ ଅର୍ଥାତ୍ ୪୮ବର୍ଷ ବୟସ ପର୍ଯ୍ୟନ୍ତ ସର୍ବୋଚ୍ଚ ବୟସ ସୀମାରେ କୋହଳତା ମିଳିବ ।ପ୍ରାର୍ଥୀ ଯଦି ଅନସୁଚିତ ଜାତି, ଜନଜାତି, ପଛୁଆ ବର୍ଗ ବା ମହିଳା ବର୍ଗର ହୋଇଥିବା ସହ ଭିନ୍ନକ୍ଷମ ହୋଇଥାନ୍ତି ତାହେଲେ ସେ ସର୍ବୋଚ୍ଚ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚାକିରିରେ ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହେବେ ।





www. socialnewsodiaofficial.blogspot.com

Post a Comment

0 Comments