Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ୍ ମନା; ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି ତେଣୁ ଅତି ଜରୁରୀ ନଥିଲେ ରୋଗୀମାନେ ହସ୍ପିଟାଲ୍ କୁ ବାରମ୍ବାର ଆସନ୍ତୁ ନାହିଁ ।

 


15-JANUARY-2022


📌


BY: SRINIBASH ROUT

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ ।ତେଣୁ ଏଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି ।ଅତି ଦରକାର ନ ଥିଲେ ବା ଜରୁରୀ ନଥିଲେ ରୋଗୀମାନେ ହସ୍ପିଟାଲ୍ କୁ ବାରମ୍ବାର ଆସନ୍ତୁ ନାହିଁ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହଛନ୍ତି,ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି ।ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତି କି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି ।ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀ କାଳୀନ ସର୍ଜରୀ କୁ ପ୍ରାଥମିକତା ଦିଆଯିବ । ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି ।ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି ।


ସବୁ ଦିଗକୁ ଧ୍ୟାନରେ ରଖି ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି ।ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି ।ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ ।ସର୍ଭେଲାନ୍ସ ଚାଲିଛି, ଟୀକାକରଣ ଚାଲିଛି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।







www. socialnewsodiaofficial.blogspot.com

Post a Comment

0 Comments