Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ରାଜ୍ୟରେ ବୃଦ୍ଧି ପାଇ ଚାଲିଛି ବଜ୍ରକାପ୍ତା ବେପାର- ଡିଲ୍ ବେଳେ ଏସଟିଏଫ୍ ଏବଂ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ବେପାରୀଙ୍କୁ ଗିରଫ କରିବାରେ ହେଳେ ସଫଳ ।

 


30-JANUARY-2022


📌


BY: SRINIBASH ROUT

ଏସଟିଏଫ୍ ଜାଲରେ ବଜ୍ରକାପ୍ତା ବେପାରୀ ।କୋରାପୁଟ-ବୋରିଗୁମ୍ମା ବାଇପାସ୍‌ ନିକଟରୁ  ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଏସ୍‌ଟିଏଫ୍‌। ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରାସ୍ତା କଡ଼ରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ଏବଂ ବନ ବିଭାଗ ମିଳିତ ଭାବେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ମାଧମ ପରଜା ଓ ଜଗବନ୍ଧୁ ପରଜା ।କୋରାପୁଟ ବନ ବିଭାଗ ସହାୟତାରେ କୋରାପୁଟ-ବୋରିଗୁମ୍ମା ବାଇକସ୍ ରୋଡରେ ଡିଲ୍ ବେଳେ ଏମାନଙ୍କୁ ମାଡ଼ି ବସିଥିଲା ଏସଟିଓଫ୍ ।ସୂଚନାଯୋଗ୍ୟ ଯେ, ତେବେ ଗୋଟିଏ ବର୍ଷ ମଧ୍ୟରେ ଏସଟିଏଫ୍ ମୋଟ୍ ୨୫ ଟି ବାଘ ଛାଲ, ୧୫ ଟି ହାତୀ ଦାନ୍ତ, ୭ଟି ହରୀଣ ଛାଲ, ୧୬ କିଲୋ ବଜ୍ରପାପ୍ତା କାତି ଜବତ


କରିବା ସହ ୧୧ଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ।ଏହି କାରବାରରେ ସମ୍ପୃକ୍ତ ମୋଟ୍ ୫୭ ଜଣଙ୍କୁ  ଗିରଫ କରିଛି ଏସଟିଏଫ୍ ।




www. socialnewsodiaofficial.blogspot.com

Post a Comment

0 Comments