06-JANUARY-2022


📌


BY: SRINIBASH ROUT

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ପାଇବ ।ଏନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ରାଜ୍ୟରେ ପଜିଟିଭିଟି ହାର ୧% ଉପରକୁ ଗଲାଣି ।ବର୍ତ୍ତମାନ କମ୍ୟୁନିଟି ଟ୍ରାନ୍ସମିଶନ ଚାଲିଛି ।ମାତ୍ର ୨,୩ ଦିନରେ ୧ପ୍ରତିଶତରୁ ଅଧିକ ସଂକ୍ରମଣ ବଢ଼ିଲାଣି ।ଏହାକୁ ରୋକା ଯାଇ ପାରିବନି ।ଏହି ଚେନ୍‌ ବ୍ରେକ୍‌ ପାଇଁ ଉଦ୍ୟମ କରାଯାଉଛି ।ଏବେ ସୁଦ୍ଧା ରାଜ୍ୟରେ ସିଭିୟରିଟି ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।କିଛି ଦିନ ତଳେ ଆଇସିଏମ୍‌ଆର ନୂଆ କିଟ୍‌ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି କିଟ୍‌କୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ପୂର୍ବରୁ ଅନ୍ୟ ରାଜ୍ୟରେ ଯେପରି ସଂକ୍ରମଣ ବଢ଼ିଥିଲା, ଏବେ ଓଡ଼ିଶାରେ ସେପରି ସ୍ଥିତି ସୃଷ୍ଟି ହୋଇଛି  ।ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ମାସ୍କ ପିନ୍ଧିବା ଜରୁରୀ । ରାଜ୍ୟରେ ଦୈନିକ ୬୦-୭୦ ହଜାର ଟେଷ୍ଟ କରାଯାଉଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ସୃଦୁଢ କରିବା ନେଇ ପ୍ରସ୍ତୁତି ଚାଲିଛି। ଟେଷ୍ଟ, ଟ୍ରାକ୍, ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।ଲୋକେ ନିୟମ ମାନି ଚଳନ୍ତୁ ।ଗହଳିଠୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।ଦ୍ୱିତୀୟ ଲହର ପିକ ସମୟରେ ଯେତିକି ବେଡ୍ ଓ ଭିତ୍ତିଭୂମି ଥିଲା ସେହି ଅନୁସାରେ ସମସ୍ତ ପ୍ରାଇଭେଟ୍ ଓ ସରକାରୀ ହସ୍ପିଟାଲରେ ପ୍ରସ୍ତୁତି କରୁଛୁ ।





www. socialnewsodiaofficial.blogspot.com