19-JANUARY-2022
📌
BY: SRINIBASH ROUT
ଦେଶରେ ଆସନ୍ତା ୨୩ ତାରିଖରୁ ଗଣତନ୍ତ୍ର ଦିବସ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ୩୦ ତାରିଖ ଯାଏ ଚାଲିବ। ତେବେ ୨୯ ତାରିଖରେ ହେବାକୁ ଥିବା ଧ୍ୱଜାବତରଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷିତ କରିବା ପାଇଁ ବିଜୟ ଚୌକରେ ଏକା ସାଙ୍ଗରେ ଆକାଶରେ ଉଡ଼ିବ ୧୦୦୦ ଡ୍ରୋନ୍। ଆଇଆଇଟି ଦିଲ୍ଲୀ ଷ୍ଟାର୍ଟଅପ ବୋଟଲାବ ଡାୟିନାମିକ ପକ୍ଷରୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନଗୁଡ଼ିକ ନିର୍ମାଣ କରାଯାଇଛି। ପୂର୍ବରୁ ଆମେରିକା, ରୁଷ ଓ ଚାଇନା ଭଳି ଦେଶ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ଡ୍ରୋନ ଗୁଡ଼ିକର ପ୍ରଦର୍ଶନ କରନ୍ତି। ଭାରତ ମଧ୍ୟ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି।
ପ୍ରତିବର୍ଷ ଦିଲ୍ଲୀର ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ପାଳନ କରାଯାଉଛି। ଏବର୍ଷ ମଧ୍ୟ ଜାନୁଆରୀ ୨୯ରେ ଏହା ଆୟୋଜିତ ହେବ। ଧ୍ୱଜାବତରଣ ବେଳେ ସ୍ୱାଧୀନତାର ୭୫ ବର୍ଷ ଇତିହାସକୁ ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶନ କରାଯିବ।
www. socialnewsodiaofficial.blogspot.com
0 Comments