06-JANUARY-2022
📌
BY: SRINIBASH ROUT
ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ବିନା କାଗଜରେ ଡିଜିଟାଲ୍ ମୋଡରେ ସୁଚାରୁ ରୂପେ ବିଧାନସଭା କାର୍ଯ୍ୟ ପରିଚାଳନାରେ ଓଡ଼ିଶା ବିଧାନସଭା ସମଗ୍ର ଦେଶରେ ଅଗ୍ରଣୀ ଏବଂ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି ।ଏହି ନିରବଚ୍ଛିନ୍ନ ଯାତ୍ରାକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଏବଂ ପ୍ରବଳ ଇଚ୍ଛାଶକ୍ତି ବଳରେ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦଳଗତ ନେତୃତ୍ୱ ଓ ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଥିବାରୁ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି। କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ୧୯ ତମ ସମ୍ମାନଜନକ ପୁରସ୍କାର ସମାରୋହ ଏମ୍.ଏନ୍.ଏନ୍.ଆଇ.ଟି. ଆଲ୍ହାବାଦ ପ୍ରୟାଗ ରାଜ ଠାରେ ଆସନ୍ତା ଜାନୁଆରୀ ୨୩ ତାରିଖରେ ଅନୁଷ୍ଠିତ ହେବ।
www. socialnewsodiaofficial.blogspot.com
0 Comments