29-JANUARY-2022
📌
BY: SRINIBASH ROUT
ଝାଡ଼ଖଣ୍ଡରୁ ଅପରେଟ କରି ସମଗ୍ର ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ଆକାଉଣ୍ଟ୍ ଖାଲି କରିବାରେ ମାହିର ଜାମତରା ଗ୍ୟାଙ୍ଗ ।ଭୁବନେଶ୍ୱରରୁ ଏହି ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ।୨୦ଟି ରାଜ୍ୟର ପୋଲିସକୁ ଚକମା ଦେଇଥିବା ଏହି ଗ୍ୟାଙ୍ଗ ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ଟିମ୍ ହାତରେ ଧରାପଡ଼ିଛନ୍ତି। ୩ ଜଣ ଅଭିଯୁକ୍ତ ମାନେ ହେଲେ ପ୍ରଧୂନ କୁମାର ମଣ୍ଡଲ(୨୦), କ୍ରିଷ୍ଣା କୁମାର ମଣ୍ଡଲ(୧୯) ଓ ଚେତଲାଲ ମଣ୍ଡଲ(୨୮)। ପ୍ରଧୂନ ଓ କ୍ରିଷ୍ଣା ଗିରିଡ଼ିହି ଝାଡ଼ଖଣ୍ଡ ଓ ଚେତଲାଲ ଧନବାଦର ବୋଲି ଜଣାପଡ଼ିଛି। ଏମାନେ ଭୁବନେଶ୍ୱରରେ ହବ୍ ତିଆରି କରି ଯୁବକମାନଙ୍କୁ ଏହି ଗ୍ୟାଙ୍ଗ ରେ ନିଯୁକ୍ତି ଦେଉଥିଲେ ଏବଂ ସେମାନଙ୍କ ନେଟୱାର୍କ ବଢାଉଥିବାର ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଜାମତରା ଗ୍ୟାଙ୍ଗ ଝାଡ଼ଖଣ୍ଡର ହୋଇଥିବା ବେଳେ ସେଠାରୁ ପୂରା ଦେଶରେ ନିଜ ଜାଲ ବିଛାଇଛନ୍ତି। ଏପରିକି ସେମାନେ ସାଇବର ଏକ୍ସପର୍ଟଙ୍କ ସମେତ ବହୁ ଶିକ୍ଷିତ ଲୋକଙ୍କୁ ଏଥିରେ ସମ୍ପୃକ୍ତ କରି ଲୁଟ୍ରେ ବ୍ୟବହାର କରୁଥିବା ଜଣାଯାଇଛି। ଭାରତରେ କାୟା ବିସ୍ତାର କରିଥିବା ଏହି ଟିମ୍ ରାଜଧାନୀରେ ଏକ ବଡ଼ ଧରଣର ଲୁଟ୍ କରିବାକୁ ଯୋଜନା କରିଥିଲେ। ଗିରଫ ୩ ଜଣଙ୍କଠାରୁ ଅନେକ ଲୁଟ୍ର ପର୍ଦ୍ଦାଫାଶ କରିବାକୁ ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ୍ ।
କ୍ରାଇମବ୍ରାଞ୍ଚ୍ ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗିରଫ ୩ ଜଣ ଅଭିଯୁକ୍ତ ୨୦ଟି ରାଜ୍ୟକୁ ଠକିବା ପରେ ଓଡ଼ିଶା ଆସିିଥିଲେ। ଡିସେମ୍ବର ୨୮ରେ ଭୁବନେଶ୍ବରର ରସୁଲଗଡ଼ଠାରେ ଘର ଭଡ଼ା ନେଇ ସେମାନେ ଲୋକଙ୍କୁ ଠକିବା ଯୋଜନା ଆରମ୍ଭ କରିଥିଲେ। ଭୁବନେଶ୍ୱରରେ ହବ୍ କରି ଜାମତାରା ଗ୍ୟାଙ୍ଗ ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ମସୁଧା କରିଥିଲା। ଏବେ ୩ଜଣଙ୍କୁ ଗିରଫ କରାଯାଇଥିଲେ ବି ଅନ୍ୟ କିଛି ସଦସ୍ୟ ଖସିଯାଇଛନ୍ତି। ଗିରଫ ୩ଜଣଙ୍କଠାରୁ ୧୧ଟି ମୋବାଇଲ, ୨ଟି ଲାପଟପ, ୩୩ଟି ସିମ୍, ୨ଟି ଡେବିଟ କାର୍ଡ ଓ ଗୋଟେ ଟ୍ୟାବ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ୩୩ଟି ସିମ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ମୋବାଇଲ ମଧ୍ୟରେ ଅନେକ ଦାମୀ ମୋବାଇଲ ଥିବା ବେଳେ ଏହି ଠକମାନେ ଲୋକଙ୍କୁ ଠକିବା ପାଇଁ ପଶ୍ଚିମବଙ୍ଗରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣୁଥିଲେ। ବ୍ୟାଙ୍କ ଗ୍ରାହକଙ୍କ ଡାଟା ଆଣି ବଲକ ମେସେଜ ପଠାଇ କେୱାଇସି ଫର୍ମ ଅପଡେଟ କରିବା ନାଁରେ ଏହି ସାଇବର ଠକ ଲୋକଙ୍କୁ ଠକୁଥିଲେ । ବିଶେଷକରି ପେଟିଏମ, ଗୁଗୁଲ ପେ’, ଫୋନ ପେ’ ଓ ଗିଫ୍ଟ କାର୍ଡ ଜରିଆରେ ଏମାନେ ଟଙ୍କା ନେଉଥିଲେ । ଏମାନେ ୨୦ ଟି ରାଜ୍ୟରେ ୩୩ ଟି ସିମ ଦ୍ୱାରା ୧୭୧ଟି ଠକେଇ କରିଥିବା ଅଭିଯୋଗ ହୋଇଛି ।
www. socialnewsodiaofficial.blogspot.com
0 Comments