Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନକଲି ନୋଟ କାରବାର ପଣ୍ଡ; ସାତ କୋଟି ଜାଲ୍‌ ନୋଟ ଜବତ ସହିତ ଏହି ମାମଲାରେ ୭ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍ - ଜାନୁଆରୀ ୩୧ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।



27-JANUARY-2022


📌


BY: SRINIBASH ROUT

୭ କୋଟି ଟଙ୍କାର ନକଲି ନୋଟ୍ ଜବତ ସହିତ ସାତ ଜଣ ଗିରଫ !୫୦ ହଜାର କି ଲକ୍ଷେ ନୁହେଁ । ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍ ।ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି ।ଗିରଫ ବ୍ୟକ୍ତିମାନେ ନକଲି ନୋଟ ଛାପିବା ସହ ବିଭିନ୍ନ ରାଜ୍ୟରେ ଏହାକୁ ପହଞ୍ଚାଉଥିଲେ। ନକଲି ନୋଟ ବ୍ୟତୀତ ପୋଲିସ ଗୋଟିଏ ଲ୍ୟାପଟପ୍, ୭ଟି ମୋବାଇଲ୍ ଫୋନ୍, ଅସଲି ୨୮,୧୭୦ ଟଙ୍କା, ଆଧାର କାର୍ଡ, ପାନ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଠାବ କରିଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ ରେ ଆଉ କେଉଁ ମାନେ ସାମିଲ ଅଛନ୍ତି, ତା’ର ଖୋଳତାଡ଼ ଏବେ କରାଯାଉଛି। ଡିସିପି ସାଙ୍ଗରାମ ନିଶନ୍ଦର କହିଛନ୍ତି ଯେ ଜାନୁଆରୀ ୩୧ ପର୍ଯ୍ୟନ୍ତ କୋର୍ଟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଇଛନ୍ତି। 


ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍‌ରେ ନକଲି ନୋଟ ନେଇ ଯାତ୍ରା କରୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ୍ ର ଏକ ସ୍ୱତନ୍ତ୍ର ଟିମ୍ କାରକୁ ଅଟକାଇ ୨୦୦୦ ଟଙ୍କା ନୋଟ୍‌ର ମୋଟ ୨୫୦୦୦ ନକଲି ନୋଟର ବଣ୍ଡଲ ଜବତ କରିଥିଲେ ।ଏହା ସହିତ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା ।ପରେ ପୋଲିସ ଆନ୍ଧେରି ଅଞ୍ଚଳରେ ଚଢ଼ାଉ କରି ସେଠାରୁ ପୋଲିସ ଆଉ ୧୦୦ ବଣ୍ଡଲ ନକଲି ନୋଟ୍ ଜବତ କରିଥିଲା, ଯାହାର ମୂଲ୍ୟ ୨ କୋଟି, ଏବଂ ପୋଲିସ ସେଠାରୁ ତିନି ଜଣଙ୍କୁ ଗିରଫ କରିଥିଲା ।ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ।




www. socialnewsodiaofficial.blogspot.com

Post a Comment

0 Comments