07-JANUARY-2022
📌
BY: SRINIBASH ROUT
ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଶୁକ୍ରବାର ୦୭ ତାରିଖଠାରୁ ବନ୍ଦ୍ ଘୋଷଣା କରାଯାଇଛି। ଏସଆରସିଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ୍ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ୍ ହେବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ୍ ରହିଲେ ବି ଅନ୍ଲାଇନ୍ କ୍ଲାସ୍ ଜାରି ରହିବ ବୋଲି କୁହାଯାଇଛି। ଶିକ୍ଷାନୁଷ୍ଠାନ ବନ୍ଦ୍ ସହ ସମସ୍ତ ହଷ୍ଟେଲକୁ ମଧ୍ୟ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ଯେଉଁ ମାନେ ଗବେଷଣା / ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଚ୍ଛା କରନ୍ତି, ତେବେ ଅଣ୍ଡରଟେକିଂ ଦେଇ ରହିପାରିବେ ।ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ତେବେ ଏହି ସମୟ ସୀମା ଭିତରେ କୌଣସି କୋଚିଂ କ୍ଲାସରେ ଅଫଲାଇନ୍ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି କୁହାଯାଇଛି ।କେବଳ ଅନଲାଇନ୍ ମାଧ୍ୟମରେ କୋଚିଂ କ୍ଲାସ ଜାରି ରହିପାରିବ ।ତେବେ କରୋନା ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଆରସି ।ତେବେ ସ୍କୁଲ ବନ୍ଦ୍ ସମୟରେ ଅନ୍ଲାଇନ୍ କ୍ଲାସ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
www. socialnewsodiaofficial.blogspot.com
0 Comments