07-JANUARY-2022
📌
BY: SRINIBASH ROUT
ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ଅଞ୍ଚଳରେ ବେଆଇନ୍ ବନ୍ୟ ଜନ୍ତୁ ଶିକାର ହେବ ସହ ବନ୍ୟ ଜନ୍ତୁ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣ ହେଉଥିବା ସୂଚନା ପାଇ ଏସଟିଏଫ୍ ଏବଂ ଦେବଗଡ଼ ବନ ବିଭାଗ ମିଳିତ ଭାବେ ତିଳେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଚଢ଼ଉ କରିଥିଲା। ସେଠାରୁ ମଦନ ଜୟପୁରିଆ ନାମକ ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ତା ନିକଟରୁ ଗୋଟିଏ କଲରା ପତରିଆ ବାଘ ଛାଲ, ଏକ ହାତୀ ଦାନ୍ତ ଏବଂ ୧ କେଜି ୭୭୦ ଗ୍ରାମର ବଜ୍ରକାପ୍ତା କାତି ଜବତ ହୋଇଛି। ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପଚରା ଉଚୁରା ବେଳେ ମଦନ ଜନ୍ତୁ ଶିକାର କରୁଥିବା ସ୍ୱୀକାର କରିଥିବା ବେଳେ ଏହି ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।
www. socialnewsodiaofficial.blogspot.com
0 Comments