Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର; ଛାତ ଉପରେ ରାସ୍ତା ମଝିରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ଝୁଲୁଛି -ଯାହାଦ୍ୱାରା ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ପ୍ରକଟ ହେଉଛି ।

 


20-JANUARY-2022


📌


BY: SRINIBASH ROUT

କୋଠା ଉପରେ ବା ବିଲ ମଝିରେ ହେଉ ବିଗତ ଦିନ ମାନଙ୍କରେ ବିଜୁଳି ବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କେତେ ଶିଶୁ, ଓ ଲୁଗା ସୁଖାଇବା ବେଳେ ଏପରି କି ଉଦ୍ଧାର କରିବାକୁ ଯାଇ ଏକାବେଳେକେ ୩,୪ ଜଣଙ୍କ ଜୀବନ ଯାଇଥିବାର ବିଭିନ୍ନ ଖବର କାଗଜ ରେ ଅନେକ ଥର ଆମ୍ଭେମାନେ ପଢିଛୁ। କିଛି ଦିନ ତଳେ ଢେଙ୍କାନାଳରେ କୋଠାଘର ନୁଆ କାମରେ ଉପରେ ଚଢିଥିଲା ପିଲା ।ଅଜାଣତରେ  ତାର ସଂସ୍ପର୍ଶ ରେ ଆସିବରୁ ଜୀବନ ହାରି ଥିଲେ। ସ୍କୁଲ ପିଲା ହୋଇଥିବାରୁ ସେଦିନ ସାରା ଓଡିଶା ରେ ଦୁଃଖର ବାତାବରଣ ସୃଷ୍ଟି ହୋଇଯାଇ ଥିଲା ।


ଆଜି ସେଇଭଳି ବିପଦ ଜନକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଝାଞ୍ଜିର ମଙ୍ଗଳା ପ୍ରମେୟ ଅଫିସ୍ ଗଡା଼ ୩୪ ନମ୍ବର ୱାର୍ଡ ରେ। ଦେଖିଲେ ଭୟଲାଗେ ଜଣାଯାଉଚି ଏହା ଅନେକ ଦିନର ।ଫୁଙ୍ଗୁଲା ପୁଣି ହେଭି ଭୋଲ୍ଟ ତାର। ପୁରୁଣା କଥା ମନେ ପଡିଲେ ସୌଭାଗ୍ୟ ବଶତଃ କିଛି ହୋଇ ନାହିଁ କାହାର କିନ୍ତୁ କିପରି ବିଦ୍ୟୁତ କର୍ମ ଚାରିଙ୍କ ନଜର କୁ ଆସିନାହିଁ ।ନା ଗୋଟେ ବଡ଼ ଦୁର୍ଘଟଣା କୁ ଅପେକ୍ଷା କରି ରହି ଛନ୍ତି। କିଛି ମୁରବୀ ଶ୍ରେଣୀ ଙ୍କ ମତ ନେଲୁ କହିଲେ ଶୁଭୁଚି କିଏ ।ସବୁ ଉପର ବାବୁଙ୍କ କଥା। ସବୁ ନେତା ସାଜି ଭୋଟ ପାଇଁ ବ୍ୟସ୍ତ। କହି କହି ଥକିଲୁଣି, ଆଉ କେତେ ଥିବ ଟିକେ ଦେଖ ।ସେ ତାଙ୍କ ବାଟରେ। ଭୋଟ ବେଳେ ସବୁ ଆସିବେ ପ୍ରତିଶୃତି ଦେବେ। ପୁଣି ଜୌଆକୁ ସେଇଆ।




www. socialnewsodiaofficial.blogspot.com

Post a Comment

0 Comments