Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଜ୍ୟ ମୁଖ୍ୟ ବିଚାରପତି- ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ. ମୁରଲୀଧର କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିଦର୍ଶନ କରିଛନ୍ତି, ଓକିଲ ସଂଘ ପକ୍ଷରୁ ଜିଲ୍ଲାରେ ଭିଜିଲାନ୍ସ ଓ ଶ୍ରମ ଅଦାଲତ ପ୍ରତିଷ୍ଠା ପାଇଁ ମୁଖ୍ୟ ବିଚାରପତି ଙ୍କୁ ନିବେଦନ କରାଯାଇଛି।


 

29-JANUARY-2022


📌


BY: SRINIBASH ROUT

କେନ୍ଦ୍ରାପଡ଼ା ଜିଲ୍ଲା କୋର୍ଟ ପରିଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ।ଆଜି ଅର୍ଥାତ୍ ଶନିବାର ୨୯ ତାରିଖ ସକାଳ ସାଢେ ୮ଟାରେ ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧର ପହଞ୍ଚିବା ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ମୁଖ୍ୟ ବିଚାରପତି ଜିଲ୍ଲା କୋର୍ଟରେ ପହଞ୍ଚି ଜିଲ୍ଲାର ବିଭିନ୍ନ କୋର୍ଟର କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ବୈଠକରେ ଯୋଗଦେଇ ବିଚାର ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ଯୁବ ଆଇନଜୀବୀଙ୍କୁ ପରୀକ୍ଷା ମାଧ୍ୟମରେ ବିଚାରପତି ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଆଡିସନାଲ ଜିଲ୍ଲା ସେସନ୍ସ ଜଜ୍ ଅଜୟ କୁମାର ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ୍ ଅଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।


ବିଚାର ପ୍ରକ୍ରିୟାରେ ଅଧିକ ମାମଲା ରହୁଥିବାରୁ ଏହାର ସମାଧାନ ପାଇଁ ଯୁବ ଆଇନଜୀବୀ ପରୀକ୍ଷା ମାଧ୍ୟମରେ ବିଚାରପତି ଆସନ ଅଳଙ୍କୃତ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ ରାଜ୍ୟ ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧର ।




www. socialnewsodiaofficial.blogspot.com

Post a Comment

0 Comments