29-JANUARY-2022
📌
BY: SRINIBASH ROUT
ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ହେଲେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ। ସେ କେଭି ସୁବ୍ରମଣିୟନଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଡ଼ିସେମ୍ବରରେ କେଭି ସୁବ୍ରମଣ୍ୟମ ଏହି ପଦ ଛାଡିଥିଲେ ।ତାଙ୍କ ସ୍ଥାନରେ ଭେଙ୍କଟରମନ ଏହି ଦାୟିତ୍ୱ ତୁଲାଇବେ ।ନାଗେଶ୍ୱରନ ଜଣେ ଶକ୍ଷାବିତ। ସେ ୧୯୮୫ରେ ଆଇଆଇଏମ ଅହମଦାବାଦରୁ ଏମବିଏରେ ପୋଷ୍ଟ ଗ୍ରାଜ୍ୟୁଏଟ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ୧୯୯୪ରେ ସେ University of Massachusettsରୁ empirical behaviour of exchange rates କ୍ଷେତ୍ରରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।
୧୯୯୪ରୁ ୨୦୧୧ ମଧ୍ୟରେ ସେ ସ୍ୱିଜରଲ୍ୟାଣ୍ଡ ଓ ସିଙ୍ଗାପୁରର ଅନେକ ଘରୋଇ ମାକ୍ରୋ ଇକୋନୋମି ଏବଂ କ୍ୟାପିଟାଲ ମାର୍କେଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ନେତୃତ୍ୱ ଭୂମିକା ତୁଲାଇ ଥିଲେ। ସେ ଆନ୍ଧ୍ର ପ୍ରଦେଶରେ ଥିବା କ୍ରେଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିକ ପାଠ୍ୟକ୍ରମର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କ୍ରେଡିଟ ସୁଇସ ଗ୍ରୁପ୍ ଏଜି ଓ ଜୁଲିୟସ ବେର ଗ୍ରୁପ୍ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଭେଙ୍କଟରମନ ଏକାଧିକ ବହି ମଧ୍ୟ ଲେଖି ଖ୍ୟାତି ଅର୍ଜନ କରିଛନ୍ତି। କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସମ୍ଭାଳିବା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ।
ବଜେଟ୍ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ବାଛିଛନ୍ତି ।
www. socialnewsodiaofficial.blogspot.com
0 Comments