Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଫେବୃୟାରୀରେ ଶିଖର ଛୁଇଁବ ସଂକ୍ରମଣ; ଓମିକ୍ରନ୍‌ର ଆବିର୍ଭାବ ପରେ ବର୍ତ୍ତମାନ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଯାଇଛି ତେବେ ଆସନ୍ତା ଫେବୃଆରୀ ୧ରୁ ୧୫ ମଧ୍ୟରେ ତୃତୀୟ ଲହର ଶିଖରରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

 


09-JANUARY-2022


📌


BY: SRINIBASH ROUT

ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି ।ଓମିକ୍ରନ୍ ଏବେସୁଦ୍ଧା ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଥିବା ବେଳେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୩,୦୭୧ରେ ପହଞ୍ଚିଛି ।ଚଳିତ ସପ୍ତାହରେ ଦେଶରେ କୋଭିଡ୍ ଜନିତ ଆର-ଭାଲ୍ୟୁ ୪ ବୋଲି ରେକର୍ଡ କରାଯାଇଛି । ଏଥିରୁ କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଚାଲିଛି ବୋଲି ଆଶଙ୍କା କରାଯାଉଛି ।ଏହାକୁ ଦେଖି ଆମେରିକାର ବିଶେଷଜ୍ଞମାନଙ୍କ ଅନୁମାନ କରିଛନ୍ତି କି ଦେଶରେ ଫେବୃୟାରୀ ସୁଦ୍ଧା ଓମିକ୍ରନ୍ ଶୀର୍ଷରେ ପହଞ୍ଚିବ ।ତେବେ ଓମିକ୍ରନର ଜଟିଳତା ଡେଲ୍ଟା ଭାରିଏଣ୍ଟଠାରୁ କମ୍ ରହିବ ବୋଲି ବି ସେ କହିଛନ୍ତି ।ଏହି ଅନୁମାନ ୟୁନିଭର୍ସିଟି ଅଫ୍ ୱାଶିଂଟନରେ ଇନଷ୍ଟିଚ୍ୟୁଟ ଫର୍ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଶନର ନିର୍ଦ୍ଦେଶକ ଡା. କ୍ରିଷ୍ଟୋଫର ମୁର୍ରେ ଲଗାଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଡେଲ୍ଟା ଭଳି ଓମିକ୍ରନ୍ ଘାତକ ହୋଇ ନ ଥିଲେ ବି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଛୁଇଁପାରେ ।


ଜଣେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରାଇବାରେ ସକ୍ଷମ ହେଉଛନ୍ତି, ତାହାକୁ ଆଧାର କରି ଆର୍‌-ଭାଲ୍ୟୁ ନିର୍ଦ୍ଧାରଣ କରାଯାଇଥାଏ ।ଯଦି ଆର-ଭାଲ୍ୟୁ ୧ ତଳେ ରହେ, ତାହାହେଲେ କୌଣସି ମହାମାରୀର ଅନ୍ତ ଘଟିଛି ବୋଲି ପ୍ରମାଣିତ ହୋଇଥାଏ ।ମାଡ୍ରାସ ଆଇଆଇଟିର ଗଣିତ ବିଭାଗ ପ୍ରଫେସର ଡଃ ଜୟନ୍ତ ଝା’ଙ୍କ କହିବା ଅନୁଯାୟୀ ୩ଟି ପ୍ରସଙ୍ଗ ଉପରେ ଆର୍‌-ଭାଲ୍ୟୁ ନିର୍ଭର କରିଥାଏ ।ସେଗୁଡିକ ହେଲା (୧) ସଂକ୍ରମଣ ସମ୍ଭାବନା (୨) ସଂକ୍ରମଣ ହାର ଏବଂ (୩) ସଂକ୍ରମଣ ଘଟିବାରେ ସମୟ ବ୍ୟବଧାନ । ବର୍ତ୍ତମାନ କ୍ୱାରେଣ୍ଟାଇନ ଏବଂ କଟକଣା ଯୋଗୁଁ ସଂକ୍ରମଣ ହାର ହ୍ରାସ ପାଇବା ସ୍ୱାଭାବିକ ଏବଂ ଏଥିଯୋଗୁଁ ଆର୍‌-ଭାଲ୍ୟୁ ମଧ୍ୟ ହ୍ରାସ ପାଇବ ।






www. socialnewsodiaofficial.blogspot.com

Post a Comment

0 Comments