Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା କରଣ ଆରମ୍ଭ; ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଟିକା ଦେବା ପାଇଁ ଭାରତ ବାୟୋଟେକ୍‌ ଦ୍ବାରା ଉତ୍ପାଦିକ ଟିକାକୁ ମଞ୍ଜୁରୀ -ଟିକାର ପ୍ରଭାବ ପିଲାଙ୍କ ଉପରେ ଭଲ ରହିବ।

 


03-JANUARY-2022


📌


BY: SRINIBASH ROUT

କରୋନାର ୩ୟ ଲହର ନେଇ ସଂକେତ ମିଳିଥିବା ବେଳେ ଭାରତରେ ଆଜିଠାରୁ ଅର୍ଥାତ୍ ସୋମବାର ୦୩ ତାରିଖଠାରୁ ୧୫ରୁ ୧୮ ବର୍ଷ କିଶୋରଙ୍କ ଲାଗି ଆରମ୍ଭ ହେଲା ଟିକାକରଣ ।ଏହି ବର୍ଗର ପିଲାମାନଙ୍କୁ ଟିକା ଦେବା ପାଇଁ ଭାରତ ବାୟୋଟେକ୍‌ ଦ୍ବାରା ଉତ୍ପାଦିକ ଟିକାକୁ ମଞ୍ଜୁରୀ ଦିଆଯାଇଛି। ଟୀକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍‌ ଦାବି କରିଛି ଯେ, ଟିକାର ପ୍ରଭାବ ପିଲାଙ୍କ ଉପରେ ଭଲ ରହିବ। ପରୀକ୍ଷା ସମୟରେ ଏହି ଟିକା ପିଲାଙ୍କ ଲାଗି ବହୁତ ସୁରକ୍ଷିତ ବୋଲି ଜଣାପଡ଼ିଥିଲା। ପିଲାମାନଙ୍କ ଠାରେ ବୟସ୍କଙ୍କ ତୁଳନାରେ ୧.୭ ଗୁଣ ଆଣ୍ଟିବଡ଼ି ପ୍ରସ୍ତୁତ କରିବା ନେଇ କୁହାଯାଇଥିଲା।କେନ୍ଦ୍ରର ଗାଇଡ ଲାଇନ୍ ଅନୁସାରେ ଚାଲିବ ଟିକା କରଣ ।କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯିବ ।ଟିକା କରଣ ପାଇଁ ଗତ ୧ ତାରିଖ ଠାରୁ କୋୱିନ୍‌ ଆପ୍ ଓ ୱେବ୍‌ସାଇଟ୍‌ରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥି ସହିତ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ଅନୁମତି ମିଳିପାରୁଛି। ସେହିପରି ଜଣେ ଚାହିଁଲେ ଅନ୍‌ସ୍ପଟରେ ପଞ୍ଜିକରଣ କରି ମଧ୍ୟ ଟିକା ନେଇପାରିବେ। ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ନେବାକୁ ପଞ୍ଜିକରଣ କରି ସାରିଛନ୍ତି ।ମୋଟ ୨୬ ଶହ ଟିକା କରଣ କେନ୍ଦ୍ରରେ ଭ୍ୟାକ୍ସିନ ଦେବାକୁ ବ୍ୟବସ୍ଥା ହୋଇଛି ।ସେଥିମଧ୍ୟରୁ କିଛି ଟିକା କେନ୍ଦ୍ର ସ୍ବତନ୍ତ୍ର ଭାବେ କିଶୋରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।ଏବେ ୩୧୯୩ କେନ୍ଦ୍ରରେ ଟିକା କରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।







www. socialnewsodiaofficial.blogspot.com

Post a Comment

0 Comments