08-JANUARY-2022
📌
BY: SRINIBASH ROUT
ପୁରୀ ସ୍ବର୍ଗଦ୍ୱାରରେ ସୋମବାର ୧୦ ତାରିଖଠାରୁ ଶବଦାହ ଉପରେ କଟକଣା ଲାଗୁ ହୋଇଛି। ଏଣିକି ସ୍ବର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲ୍ଲାର ଯେଉଁ ଲୋକଙ୍କ ମୃତ୍ୟୁ ହୋଇଥିବ ସେମାନଙ୍କ ଶବକୁ ଏଠାରେ ଦାହ କରିବାକୁ ଅନୁମତି ମିଳିବ। ବିନା କୋଭିଡ୍ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ସ୍ବର୍ଗଦ୍ୱାରରେ ଶବଦାହ କରିପାରିବେ। ଏଥିପାଇଁ ପରିଚୟ ପତ୍ର ଦେଖାଇବାକୁ ହେବ ମୃତ ବ୍ୟକ୍ତିଙ୍କୁ କୋଭିଡ୍ ହୋଇ ନଥିବା ନେଇ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ହେବ ।ଏଥିସହ ପୁଣି ସ୍ୱର୍ଗଦ୍ୱାରର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ପୁରୀ ଉପଜିଲ୍ଲାପାଳ ଶନିବାର ୦୮ ତାରିଖ ଏହି ସୂଚନା ଦେଇଛନ୍ତି। ସେହିପରି ସୋମବାର ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ୍ ରହିବ। ଜାନୁୟାରୀ ୩୧ ତାରିଖ ଯାଏଁ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ଦ୍ଧିତ କରୋନା ସଂକ୍ରମଣ ସହିତ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ର କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ। ଉପଜିଲ୍ଲାପାଳ ଆହୁରି କହିଛନ୍ତି ଯେ ସାମୟିକ ସମୟ ପାଇଁ ଏହି କଟକଣା ଲାଗୁ କରାଯାଇଛି। ପରିସ୍ଥିତି ଠିକ୍ଠାକ୍ ହେଲେ ପୁଣି ପୂର୍ବ ବ୍ୟବସ୍ଥା ଲାଗୁ କରାଯିବ। ତେଣୁ ଏଥିରେ ଜନସାଧାରଣ ସହଯୋଗ କରିବା ଆବଶ୍ୟକ।
www. socialnewsodiaofficial.blogspot.com
0 Comments