23-JANUARY-2022
📌
BY: SRINIBASH ROUT
ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଏବଂ ଗାଡି ଲୁଟ୍ କରିନେଇଥିବା ଘଟଣାରେ ଶନିବାର ୨୨ ତାରିଖ ଜଗତସିଂହପୁର ଜିଲ୍ଲା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୩୨ ହଜାର ୨୮୦ଟଙ୍କା, ୪ଗୋଟି ମୋବାଇଲ୍, ଗୋଟିଏ ହୋଣ୍ଡା ସାଇନ୍ ଗାଡ଼ି ଏବଂ ମହିଳା ଏଜେଣ୍ଟ ଜଣଙ୍କ ର ଆକ୍ଟିଭା ଗାଡ଼ି ଟିକୁ ମଧ୍ୟ ଜବତ କରିଛି ପୋଲିସ ।ସେମାନେ ହେଲେ ଭରତପୁର ଥାନା ଗୋପାଳସାହି ଜଗନ୍ନାଥ ବିହାରରେ ରହୁଥିବା ସ୍ଥାନୀୟ ଓଡ଼ିଶୋର ଅଭିଜିତ ମହାରଣା (୨୧), ସାଗର ରଞ୍ଜନ ମହାରଣା (୨୩), କାଶୀନାଥ ବିଶ୍ୱାଳ ଓରଫ କାଶୀ (୨୮), କୃଷ୍ଣ ଚନ୍ଦ୍ର ଭୋଇ ଓରଫ ଧୁଣ୍ଡ (୨୦) ଓ ଭରତପୁର ଥାନା ବରମୁଣ୍ଡା ଟେଲ୍କୋ କଲୋନୀରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଣିର ରାକେଶ ପ୍ରଧାନ (୧୯) ।
ସୂଚନା ମୁତାବକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜଣେ ମହିଳା ଏଜେଣ୍ଟ ଙ୍କ ଠାରୁ କିଛି ଦିନ ତଳେ ନିଜ କଲେକ୍ସନ ଟଙ୍କା ଧରି ଫେରୁଥିବା ସମୟରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଏକ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ନଗଦ ୬୩,୦୦୦ ଟଙ୍କା ସମେତ ମହିଳାଙ୍କ ଏକ ହୋଣ୍ଡା ଆକ୍ଟିଭା ଗାଡ଼ି କୁ ମଧ୍ୟ ନେଇ ପଳାଇଥିଲେ।
www. socialnewsodiaofficial.blogspot.com
0 Comments