24-JANUARY-2022


📌


BY: SRINIBASH ROUT

ଦଶମ ଓ ଦ୍ବାଦଶ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ ।କରୋନା ଗ୍ରାଫ୍ ତଳମୁହାଁ ହେଉଛି, ସ୍ଥିତିରେ ସୁଧାର ଆସୁଛି ।ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି ।ଖାସ କରି ପିଲାମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ।ମାଟ୍ରିକ ଫାଷ୍ଟ ସମେଟିଭ୍ ପରୀକ୍ଷା ସରିଛି ।ଫଳାଫଳ ଠିକ୍ ସମୟରେ ବାହାରିବ। ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ପରୀକ୍ଷା ଠିକ୍ ସମୟରେ ହୋଇ ଫଳାଫଳ ବାହାରିବ  ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।



www. socialnewsodiaofficial.blogspot.com