Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ୟେଦୁରପ୍ପାଙ୍କ ନାତୁଣିଙ୍କ ଆତ୍ମହତ୍ୟା- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦ୍ୟୁରପ୍ପାଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟା ନୀରଜଙ୍କ ସନ୍ଦେହଜନକ ମୃତ୍ୟୁ, ସୌନ୍ଦର୍ଯ୍ୟା ନୀରଜଙ୍କର ୪ ମାସର ସନ୍ତାନ ମଧ୍ୟ ଅଛି ।

 


28-JANUARY-2022


📌


BY: SRINIBASH ROUT

ବାଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କ ନାତୁଣୀ ସୈନ୍ଦରିଆଙ୍କ ମୃତଦେହ ଜବତ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।ବିଏସ ୟଦୁରପ୍ପାଙ୍କ କାର୍ୟ୍ୟାଳୟର ବିବୃତ୍ତି ଅନୁଯାଇ ତାଙ୍କ ପୋଷ୍ଟମର୍ଟମ ବୋରିଙ୍ଗ ଏବଂ ଲେଡି କରର୍ଜନ ହସ୍ପିଟାଲରେ କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ସୌନ୍ଦର୍ଯ୍ୟା ବିବାହ କରିଥିଲେ। ସୌନ୍ଦର୍ଯ୍ୟା ହେଉଛନ୍ତି ୟେଦ୍ୟୁରପ୍ପାଙ୍କ ବଡ଼ଝିଅ ପଦ୍ମାଙ୍କ କନ୍ୟା। ସେ ସ୍ଥାନୀୟ ଏମଏସ ରାମେୟା ହସ୍ପିଟାଲରେ ଜଣେ ଡାକ୍ତର ଭାବେ ପ୍ରାକ୍ଟିସ କରୁଥିଲେ। ସୌନ୍ଦର୍ଯ୍ୟାଙ୍କ ଏକ ୪ ମାସର ସନ୍ତାନ ରହିଛି ।ତେବେ ଆଜି ଅର୍ଥାତ୍ ଶୁକ୍ରବାର ୨୮ ତାରିଖ ସକାଳେ ସୌନ୍ଦର୍ଯ୍ୟା ରହୁଥିବା ଘରର କବାଟ ନ ଖୋଲିବାରୁ ଆଟେଣ୍ଡାଣ୍ଟ ଜଣକ ସୌନ୍ଦର୍ଯ୍ୟାଙ୍କ ସ୍ବାମୀ ଡାକ୍ତର ନୀରଜଙ୍କୁ ଖବର ଦେଇଥିଲେ ।ପରେ କବାଟ ଭାଙ୍ଗି ଦେଖିବାରୁ ଜଣାପଡିଥିଲା ସୌନ୍ଦର୍ଯ୍ୟା ବେଡରୁମର ସିଲିଂ ଫ୍ୟାନରେ ସୁଇସାଇଡ କରିଛନ୍ତି। ପ୍ରାମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ଅନୁମାନ କରିଛି ।



www. socialnewsodiaofficial.blogspot.com

Post a Comment

0 Comments