Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବଜାରକୁ ଆସିଲା ଇଚ୍ଛା ମୃତ୍ୟୁ ମେସିନ୍; ଏବେ ଆପଣ ମଧ୍ୟ ନେଇ ପାରିବେ ଆପଣଙ୍କ ଇଚ୍ଛା ର ମୃତ୍ୟୁ- ଏହି ମେସିନ୍ କେବଳ ସେଇ ମାନଙ୍କ ପାଇଁ ଅଟେ ଯେଉଁ ମାନେ ଗମ୍ଭୀର ରୋଗରେ ରୋଗାକ୍ରାନ୍ତ ଅଟନ୍ତି ଏବଂ ରୋଗର ଯନ୍ତ୍ରଣାରେ ଛଟ ପଟ ହେଉଥାନ୍ତି ।

 


22-JANUARY-2022


📌


BY: SRINIBASH ROUT

ମଣିଷ ହେଉ ଅବା କୌଣସି ପ୍ରାଣୀ, ଧରା ପୃଷ୍ଠରେ ଯଦି ଆମେ ଜନ୍ମ ନେଇଛେ ତେବେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଅନେକ ସମୟରେ ଲୋକମାନେ ଆତ୍ମହତ୍ୟା ଭଳି ଏକ ଖରାପ ରାସ୍ତାକୁ ମରିବା ପାଇଁ ବାଛି ନିଅନ୍ତି। ଯାହା ଜାଣିଲେ ଆମକୁ ଦୁଃଖ ଲାଗିଥାଏ। ଲୋକମାନେ ଆତ୍ମହତ୍ୟାର ବିଭିନ୍ନ ପଦ୍ଧତିକୁ ଆପଣାଇ ନିଜ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥାନ୍ତି। କିନ୍ତୁ ବର୍ତ୍ତମାନ ଯଦି ଆପଣ ଇଚ୍ଛାମୃତ୍ୟୁ ଚାହୁଁଛନ୍ତି , ତେବେ ଏହା ପାଇଁ ଏକ ମେସିନ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଲୋକମାନେ ବସି ନିଜ ଜୀବନ ହରାଇ ପାରିବେ। କିନ୍ତୁ ଏହି କାମ ପାଇଁ ଆପଣଙ୍କୁ ଯିବାକୁ ପଡ଼ିବ ସ୍ୱିଜରଲ୍ୟାଣ୍ଡ।


‘ଡେଲି ମେଲ’ର ରିପୋର୍ଟ ଅନୁଯାୟୀ ଏହା ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଠାରୁ ଆଇନଗତ ମାନ୍ୟତା ପାଇଛି ଏହି ଇଚ୍ଛା ମୃତ୍ୟୁ ମେସିନ୍। ଆପଣ ଏହି 3D କ୍ୟାପସୁଲ ମେସିନରେ ବସି ନିଜକୁ ହତ୍ୟା କରିପାରିବେ। ବିଶେଷ କଥା ହେଉଛି ଆପଣ ଏହାକୁ ଯେ କୌଣସି ସ୍ଥାନକୁ ଉଠାଇ ନେଇପାରିବେ। କିନ୍ତୁ ଯେଉଁମାନେ ଏହି ମେସିନ୍ ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଚାହାଁନ୍ତି, ସେମାନେ କିଛି ସର୍ତ୍ତ ପୂରଣ କରି ସାରିବା ପରେ ଇଚ୍ଛା ମୃତ୍ୟୁ ମେସିନ୍ ସାହାଯ୍ୟରେ ଆତ୍ମହତ୍ୟା କରିପାରିବେ। ସ୍ଥାନୀୟ ମେଡ଼ିକାଲ ରିଭ୍ୟୁ ବୋର୍ଡ ମଧ୍ୟ ଏହି କଫିନ୍‌କୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି ଯାହାକୁ ଇଚ୍ଛା ମୃତ୍ୟୁର ପୋଖରୀ ବୋଲି କୁହାଯାଉଛି। 


ସୂଚନାଯୋଗ୍ୟ ଯେ, ୧୯୪୨ ପରଠାରୁ ସ୍ୱିଜରଲ୍ୟାଣ୍ଡରେ ଆତ୍ମହତ୍ୟାକୁ ଆଇନ୍ ସମତ କରାଯାଇଛି। ଏହି ମେସିନ୍ ସାହାର୍ଯ୍ୟରେ ୨୦୨୦ ମସିହାରେ, ୧୩୦୦ ରୁ ଅଧିକ ଲୋକ ଇଚ୍ଛା ମୃତ୍ୟୁ ପାଇଁ ଏହି ମେସିନର ସାହାଯ୍ୟ ନେଇଥିଲେ। ତେବେ ବହୁତ ବାଦବିବାଦ ପରେ ଏହି ମେସିନ୍ କୁ ସ୍ୱିଜରଲ୍ୟାଣ୍ଡ ସରକାର ସ୍ୱୀକୃତି ଦେଇଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶିତ ଅଛି। ଅନ୍ୟପଟେ ଇଚ୍ଛା ମୃତ୍ୟୁକୁ ଆପଣାଉଥିବା ବ୍ୟକ୍ତି ଏହି ଯନ୍ତ୍ରରେ ବସିଲେ ନିଜର ମୃତ୍ୟୁ ସମୟ ରେ କୌଣସି ପ୍ରକାରର ଯନ୍ତ୍ରଣା କିମ୍ବା ସମସ୍ୟା ଅନୁଭବ କରିବେ ନାହିଁ। ଏହା ଭିତରେ ବସିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଇଚ୍ଛା ମୃତ୍ୟୁ ଚାହୁଁଥିବା ବ୍ୟକ୍ତି ସହଜରେ ନିଜର ପ୍ରାଣତ୍ୟାଗ କରି ପାରିବେ। 




📡

Post a Comment

0 Comments