Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବୁଲ୍ଲିବାଇ ଆପ୍ ମାମଲା- ବିବାଦୀୟ ବୁଲ୍ଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି ।

 



23-JANUARY-2022


📌


BY: SRINIBASH ROUT

ବୁଲ୍ଲିବାଇ ଆପ୍ ମାମଲାରେ ପୁଣି ଓଡ଼ିଶାରୁ ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ। ଚାରି ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଗିରଫ କରିଛି । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି। ମୁସଲମାନ ମହିଳାଙ୍କ ଫଟୋ କୁ ଏହି ଆପ୍ ଜରିଆରେ ସୋସିଆଲ ମିଡ଼ିଆରେ ଅପଲୋଡ଼୍ କରି ସେମାନଙ୍କ ସମ୍ମାନ ହାନି ହେଲାଭଳି ମନ୍ତବ୍ୟ ସବୁ ଦିଆଯାଉଛି। ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି। ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ୍ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନ କୁ ବ୍ୟବହାର କରାଯାଉଛି। ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଞ୍ଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ।ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଓଡ଼ିଶାରେ ଜଣଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ ।


ସୂଚନା ଯେ, ଏହା ପୂର୍ବରୁ ମୁମ୍ବାଇ ପୋଲିସ ବିଶାଲ ଝା, ଶ୍ୱେତା ସିଂ, ମୟଙ୍କ ରାଓ୍ୱତ ଓ ନୀରଜ ବିଷ୍ଣୋଇଙ୍କୁ ଏହି ମାମଲାରେ ଗିରଫ କରିଥିଲା ।



www. socialnewsodiaofficial.blogspot.com

Post a Comment

0 Comments